30.1 C
Bhubaneswar
Wednesday, April 24, 2024
Homeଓଡିଶାକାଲିଠୁ ଭୁବନେଶ୍ୱରରେ ୩ୟ ପର୍ୟ୍ୟାୟ ସେରୋ ସର୍ଭେ

କାଲିଠୁ ଭୁବନେଶ୍ୱରରେ ୩ୟ ପର୍ୟ୍ୟାୟ ସେରୋ ସର୍ଭେ

ଭୁବନେଶ୍ୱର:କାଲିଠୁ ଭୁବନେଶ୍ୱରରେ ତୃତୀୟ ପର୍ୟ୍ୟାୟ ସେରୋ ସର୍ଭେଲାନ୍ସ ଆରମ୍ଭ ହେବାକୁ ଯାଉଛି ।୧୮ ତାରିଖ ଯାଏ ଚାଲିବ ସେରୋ ସେର୍ଭେଲାନ୍ସ । ଵିଏମସି ଓ ଆରଏମଆରସି ପକ୍ଷରୁ ମିଳିତ ଭାବେ ସର୍ଭେଲାନ୍ସ ହେବ ।ଭୁବନେଶ୍ୱରରେ ଏବେ ୪ ହଜାର ନମୁନା ପରୀକ୍ଷା ହଉଛି । ତବେ ଭୁବନେଶ୍ୱରରେ ଏପର୍ୟ୍ୟନ୍ତ ୩ଲକ୍ଷ ନମୁନା ପରୀକ୍ଷା ସାରିଲାଣି । ୨୫ଟି ୱାର୍ଡରେ ହେବ ସେରୋ ସର୍ଭେଲାନ୍ସ । ୧୫୦୦ ଲୋକଙ୍କ ଠାରୁ ନମୁନା ସଂଗ୍ରହ କରାଯିବ ବୋଲି ଏନେଇ ଵିଏମସି କମିଶନର ସୂଚନା ଦେଇଛନ୍ତି । ରାଜ୍ୟରେ ଏବେ ବି କରୋନା ସଂକ୍ରମଣ ଜାରି ରହିଥିବା ବେଳେ ଭୁବନେଶ୍ୱରରୁ ଆଜି ୨୫୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୭୩ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ୧୮୦ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ଆଜି ରାଜଧାନୀରୁ ୨୯୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୬ ହଜାର ୫୩୬କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ୨୩ ହଜାର ୧୬୬ ଜଣ ସୁସ୍ଥ ହୋଇଥିବା ବେଳେ ୩୨୨୨ ଜଣ ଚିକିତ୍ସିତ ଓ ୧୨୭ ଜଣ ମୃତ୍ୟୁବରଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking