33.1 C
Bhubaneswar
Sunday, June 26, 2022
Homeଓଡିଶାଚିନି ଶିଳ୍ପରେ ଗୁରୁତର ଶ୍ରମିକଙ୍କ ମୃତ୍ୟୁ: ଶବରଖି କ୍ଷତିପୂରଣ ଦାବିରେ ବିକ୍ଷୋଭ

ଚିନି ଶିଳ୍ପରେ ଗୁରୁତର ଶ୍ରମିକଙ୍କ ମୃତ୍ୟୁ: ଶବରଖି କ୍ଷତିପୂରଣ ଦାବିରେ ବିକ୍ଷୋଭ

ଗଞ୍ଜାମ : ଆସିକା ସମବାୟ ଚିନି ଶିଳ୍ପ ଡିଷ୍ଟଲେରୀ ମଦ ପ୍ରସ୍ତୁତି କାରଖାନାରେ ଚଳିତ ମାସ ୧୬ ତାରିଖରେ ଗ୍ୟାସ୍ ଟାଙ୍କି ଫାଟି ଗୁରୁତର ହୋଇଥିବା ଦୁଇ ଶ୍ରମିକଙ୍କ ମଧ୍ୟରୁ ରବିବାର ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟ ଜଣେ ଶ୍ରମିକ ଏବେ ବି ଚିକିତ୍ସାଧିନ ଅଛନ୍ତି । ମୃତ୍ୟୁବରଣ କରିଥିବା ଶ୍ରମିକ ହରିଡାପଦର ଅଞ୍ଚଳର ବିଘ୍ନେଶ୍ୱର ବେହେରା(୫୫)ଙ୍କ ଶବ ଗତକାଲି ମୃତକଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି । ଅନ୍ୟପକ୍ଷରେ ଗୁରୁତର ଜଣକ ଚିନି ଶିଳ୍ପର ସ୍ଥାୟୀ କର୍ମଚାରୀ ଶ୍ୟାମନାରାୟଣ ରାୟ ବୋଲି ଜଣାପଡିଛି । ଆସିକା ସମବାୟ ଚିନି ଶିଳ୍ପ ଅଧିକାରୀ ମନୋରଞ୍ଜନ ନାୟକ, ଆଖୁ ପରିଚାଳନା ଅଧିକାରୀ ପ୍ରଶାନ୍ତ କୁମାର ପାଢୀ ମୃତକଙ୍କ ପରିବାରକୁ ତାଙ୍କ ବାସଭବନରେ ଭେଟିଥିଲେ । ଶ୍ରମିକ ନିୟମ ଅନୁଯାୟୀ ଆର୍ôଥକ ସହାୟତା ଓ ପରିବାର ଜଣକୁ ସ୍ଥାୟୀ ଚାକିରି ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ମୃତକଙ୍କ ଗ୍ରାମକୁ ଶବ ଯିବା ପୂର୍ବରୁ ପ୍ରଥମେ ଚିନି ଶିଳ୍ପକୁ ନିଆଯାଇଥିଲା । କର୍ମଚାରୀଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା ।

ମୃତକଙ୍କ ପରିବାରକୁ ତୁରନ୍ତ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ, ପରିବାରର ଜଣକୁ ସ୍ଥାୟୀ ନିଯୁକ୍ତି ଏବଂ ମୃତକଙ୍କ ଶୁଦ୍ଧିକ୍ରିୟା ପାଇଁ ଅର୍ଥ ଯୋଗାଇ ଦେବାକୁ ଆସିକା ସମବାୟ ଚିନି ଶିଳ୍ପ ଶ୍ରମିକ ସଙ୍ଘ ପକ୍ଷରୁ ଦାବି ହୋଇଥିଲା । ଆନ୍ଦୋଳନକୁ ଦୃଷ୍ଟିରେ ରଖି ଚିନି ଶିଳ୍ପ ପରିଚାଳନା ଅଧିକାରୀ ଓ ସମ୍ପାଦକ ଏବଂ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଆନ୍ଦୋଳନ ସ୍ଥଳକୁ ଯାଇ ଏହାର ସମାଧାନ ଉଦ୍ୟମ କରିଥିଲେ । ଅନ୍ୟପକ୍ଷରେ ଆଜି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ହରିଡାପଦରସ୍ଥିତ ମୃତକଙ୍କ ପରିବାରକୁ ଭେଟିଛନ୍ତି । ରେଡକ୍ରସ୍ ପାଣ୍ଠିରୁ ୨୦ ହଜାର ଟଙ୍କା ଯୋଗାଇବା ସହ ପରିବାରର ଜଣଙ୍କୁ ଚାକିରି ମିଳିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡରୁ ଆର୍ଥିକ ସହାୟତା ଯୋଗାଇ ନେଇ ଉଦ୍ୟମ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି । ସୂଚନାଯୋଗ୍ୟ, ଗତ ୧୬ ତାରିଖ ସନ୍ଧ୍ୟାରେ ଗରମ ବାଷ୍ପ ପାଣି ଟାଙ୍କି ପାଇପ୍ ଲାଇନରେ କାର୍ଯ୍ୟ କରୁଥିବା ବେଳେ ହଟାତ ପାଇପ ଲାଇନ ଫାଟି ଦୁଇ ଶ୍ରମିକ ହରିଡାପଦରର ବିଘ୍ନେଶ୍ୱର ବେହେରା ଓ ଶ୍ୟାମନାରାୟଣ ରାୟ ଗୁରୁତର ଆହତ ହୋଇଥିଲେ । ସେଠାରେ ଥିବା ଅନ୍ୟ ଶ୍ରମିକଙ୍କ ସହାୟତାରେ ତାଙ୍କୁ ଆସିକା ଚିନି ଶିଳ୍ପ ଅତିଥି ଭବନର ଶୀତତାପ ନିୟନ୍ତ୍ରଣ କୋଠରୀରେ କିଛି ସମୟ ରଖାଯାଇଥିଲା ।

ଆସିକା ସବ୍‌ଡିଭିଜନ ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ ମେଡିକାଲ ନିଆଯାଇଥିଲା । ବ୍ରହ୍ମପୁର ମେଡିକାଲରେ ବର୍ଣ୍ଣ କେୟାର ୟୁନିଟ ଚିକିତ୍ସା ସୁବିଧା ନଥିବାରୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ଏଭଳି ଘଟଣା ବାରମ୍ବାର ଘଟୁଥିବାରୁ ଚିନି ଶିଳ୍ପର ନିରାପତ୍ତାକୁ ଗୁରୁତ୍ୱ ଦିଆଯାଇଥିଲା । ସେଠାରେ ଏକ ପ୍ରାଥମିକ ଚିକିତ୍ସା କେନ୍ଦ୍ର, ଡାକ୍ତର, ଫାର୍ମାସିଷ୍ଟ ସହ ଏକ ଆମ୍ବୁଲାନ୍ସ ରହୁଥିଲା । ଏହା ଦୀର୍ଘ ବର୍ଷ ହେଲା ବନ୍ଦ ପଡିଛି । ମେଡିକାଲକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ସହ ଶ୍ରମିକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking