32.1 C
Bhubaneswar
Thursday, March 28, 2024
Homeଓଡିଶାମୟୂରଭଞ୍ଜରେ ସିରିଜ ଚୋରି

ମୟୂରଭଞ୍ଜରେ ସିରିଜ ଚୋରି

ମୟୂରଭଞ୍ଜ : ଲୋକଙ୍କ ନିଦ ହଜାଉଛି ଚୋର। ପୁଣି ସାମ୍ନାକୁ ଆସିଛି ସିରିଜ ଚୋରି ଘଟଣା । ତେବେ ମୟୂରଭଞ୍ଜ ଜିଲ୍ଲାରେ ହାତୀପଲ ନାହିଁନଥିବା କ୍ଷତି କରୁଥିବା ବେଳେ ଏବେ ସିରିଜ ଚୋରୀ ଘଟଣା ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ାଉଛି । ଅନ୍ୟପଟେ ପୋଲିସ ପେଟ୍ରୋଲିଂ ବ୍ୟବସ୍ଥା କଡାକଡି ରହିଥିବା ବେଳେ ଚୋରୀ ଭଳି ଘଟଣା ଘଟୁଛି କେମିତି ବୋଲି ପ୍ରଶ୍ନ ଉଠୁଛି । ତେବେ କଣ ମୁଖ୍ୟରାସ୍ତାରେ ପଇଁତରା ମାରି ପେଟ୍ରୋଲିଂ ନାମରେ ସରକାରୀ ଅର୍ଥ ଖର୍ଚ୍ଚ କରି ବଟି ଆଦାୟକୁ ଗୁରୁତ୍ୱ ଦେଉଛି କି ପୋଲିସ ବୋଲି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଥିବା ଲକ୍ଷ୍ୟ କରାଯାଉଛି । ତେବେ ଏଭଳି ଅପ୍ରତ୍ୟାଶିତ ସିରିଜ ଚୋରୀ ଘଟଣା ମୟୁରଭଂଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ସାରସ କଣା ବଜାର ଠାରୁ ୨୦୦ ମିଟର ଦୂର ନୂଆଗାଁ ଏବଂ ମୋରଡ଼ା ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ଝାରପୋଖରିଆ ଥାନା ଅନ୍ତର୍ଗତ ନୂଆଗାଁ ଓ ଦରଖଳି ଗ୍ରାମରେ ଗତରାତିରେ ୭ଜଣଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ସେମାନେ ହେଲେ ସତ୍ୟଜିତ ସାହୁ,ବାବୁଲୁ ମୁର୍ମୁ, ପର୍ଶୁରାମ ସାହୁ,ଦୟାନିଧି ସାହୁ, ଅଭିଜିତ ଘୋଷ, ଦାଶରଥି ହେମ୍ରମ ଓ ବାଞ୍ଛାନିଧି ସାହୁ ଏମାନଙ୍କ ଘରୁ ମୋବାଇଲ,ପର୍ସ,ଜୋତା,ଲୁଗା ଚୋରି ହେଇଛି ବୋଲି କହୁଥିବା ବେଳେ ଦାଶରଥି ହେମେନ୍ଦ୍ରଙ୍କ ଘର ଭିତରେ ପଶି ୩ଟି ବାକ୍ସକୁ ନେଇ ଯାଇ ଘର ଠାରୁ କିଛି ଦୂର ଵିଲ ମଝିରେ ଭାଙ୍ଗି ବାକ୍ସ ଭିତରେ ଥିବା ୧୦,୦୦୦ ଟଙ୍କା ଲୁଗା ଓ ସୁନା କାନଫୁଲ,ରୁପା ପାଉଜି,ହାର ନେଇ ବାକ୍ସକୁ ଵିଲ ଭିତରେ ଫିଙ୍ଗି ଦେଇଥିବା କହିଛନ୍ତି । ତେବେ ଅନ୍ୟ ୬ଜଣଙ୍କ ଘରୁ ଚୋରମାନେ ମୋବାଇଲ ଓ ପର୍ସ ନେଇ ଯାଇଥିବା ଅଭିଯୋଗରୁ ଜଣାପଡ଼ିଛି । ରାତିରେ ସାରସକଣା ବଜାରରେ ପେଟ୍ରୋଲିଂ ବ୍ୟବସ୍ଥା ଚାଲୁଥିବା ବେଳେ ଗାଁ ଭିତରେ ପଶି ଚୋରମାନେ ଚୋରି କରିବା ଘଟଣାକୁ ଲୋକମାନେ ସହଜରେ ଗ୍ରହଣ କରିପାରୁନଥିବା ଦେଖାଯାଉଛି । ତେବେ ଥାନା ଠାରୁ ଅଳ୍ପ ଦୂରରେ ସିରିଜ ଚୋରୀ ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ହୋଇଥିବା ବେଳେ ରାତ୍ରୀ ପେଟ୍ରୋଲିଂ ବ୍ୟବସ୍ଥାକୁ କଡାକଡ଼ି କରାଯିବା ଉଚିତ ବୋଲି ସାଧାରଣରେ ଦାବି ହେଉଛି । ଗତରାତିରେ ହୋଇଥିବା ଏହି ସିରିଜ ଚୋରୀ ଘଟଣାକୁ ଚ୍ୟାଲେଞ୍ଜ ଭାବେ ନେଇ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ସ୍ଥାନୀୟ ପୋଲିସର ପ୍ରତିକ୍ରିୟା ମିଳିପାରି ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking