28.9 C
Bhubaneswar
Wednesday, April 17, 2024
Homeବ୍ରେକୀଙ୍ଗଡ଼ି ବ୍ରଦର୍ସଙ୍କ ଘରେ ପୁଣି ହୋଇପାରେ ଚଢାଉ

ଡ଼ି ବ୍ରଦର୍ସଙ୍କ ଘରେ ପୁଣି ହୋଇପାରେ ଚଢାଉ

କଟକ : ଗ୍ୟାଙ୍ଗଷ୍ଟର ଧଳ ସାମନ୍ତ ବ୍ରଦର୍ସଙ୍କ ଘରେ ଆଜି ପୁଣି ହୋଇପାରେ ଚଢାଉ । ଦୁଇ ଭାଇଙ୍କୁ ଆଣି ସେମାନଙ୍କ କଟକ ସ୍ଥିତ ଘରଠାରେ ତନାଘନା କରାଯାଇପାରେ । ଏନେଇ କଟକ ଡ଼ିସିପି ପ୍ରତିକ ସିଂ ସୂଚନା ଦେଇଛନ୍ତି । ତେବେ ଗତକାଲିର ସର୍ଚ୍ଚରେ ୩ ଟି ବନ୍ଧୁକ ଓ ୧୭୦ ରାଉଣ୍ଡ ଗୁଳି ଜବତ କରାଯାଇଥିଲା । ଘର ଭିତରେ ବିଭିନ୍ନ ଯାଗା କରାଯାଇ ଏହି ସବୁ ଗୁଳି ଓ ବନ୍ଧୁକ ଗୁଡି଼କୁ ଲୁଚାଇ ରଖାଯାଇଥିଲା । ତେବେ ଧଳ ସାମନ୍ତ ଦୁଇ ଭାଇଙ୍କୁ ପୋଲିସ ଜେରା କରିବା ସମୟରେ ସେମାନେ ଏହି କଥା ମାନିଥିଲେ । ପୂର୍ବର ଦୁଇଭାଇ ଅପରାଧିକ ମାମଲାରେ ବଲାଙ୍ଗୀର ଓ ବାଲେଶ୍ୱର ଜେଲରେ ଥିଲେ । ତେବେ ଜେଲରେ ଥାଇ ମଧ୍ୟ ଅପରାଧ ଚଲାଉଥିଲେ । ଏନେଇ ଖବର ପାଇବା ପରେ ତନାଘନା ଆରମ୍ଭ କରିଥିଲା ପୋଲିସ । ଗତ ୧୦ ତାରିଖରେ ଧଳ ସାମନ୍ତ ଭାଇଙ୍କ ଘରୁ ବିପୁଳ ପରିମାଣରେ ବନ୍ଧୁକ, ଗୁଳି ଜବତ କରାଯାଇଥିଲା ଓ ଏହାପରେ ଦୁଇ ଜଣଙ୍କୁ ଚଉଦ୍ୱାର ପୋଲିସ ୨ ଦିନିଆ ରିମାଣ୍ଡରେ ନେଇଥିଲ । ତେବେ କେଉଁଠାରୁ ଏହି ସବୁ ହତିଆର ଆସୁଛି ଓ କିଏ ଯୋଗାଉଛି ତାହା ନେଇ ପୋଲିସ ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking