26.1 C
Bhubaneswar
Friday, March 29, 2024
Homeଓଡିଶା୨୬କୁ ଘୁଞ୍ଚିଲା ଦଣ୍ଡବିଧାନ ଶୁଣାଣି

୨୬କୁ ଘୁଞ୍ଚିଲା ଦଣ୍ଡବିଧାନ ଶୁଣାଣି

ଭୁବନେଶ୍ୱର: ଝାଡଖଣ୍ଡ କୋଲବ୍ଲକ ଆବଣ୍ଟନ ଦୁର୍ନୀତି ମାମଲା ଦଣ୍ଡବିଧାନର ଶୁଣାଣି ଅକ୍ଟୋବର ୨୬କୁ ଘୁଞ୍ଚିଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ଦଣ୍ଡବିଧାନ ଶୁଣାଣି ଘୁଞ୍ଚିଛି । ଆସନ୍ତା ୨୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ବ୍ୟକ୍ତିଗତ ଭାବେ ହାଜର ହେବାକୁ ସମସ୍ତ ଦୋଷୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କୋଭିଡ ସତର୍କତା ସହ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ କୋଲବ୍ଲକ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଦିଲ୍ଲୀପ । କୋଇଲା ଦୁର୍ନୀତିରେ ପ୍ରଥମ ଥର ପାଇଁ ଜଣେ ପୂର୍ବତନ ମନ୍ତ୍ରୀଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ୧୯୯୯ ମସିହାରେ ଝାଡ଼ଖଣ୍ଡର ଏକ କୋଲବ୍ଲକର ଆବଣ୍ଟନରେ ଅନିୟମିତତା ହୋଇଥିବା ଅକ୍ଟୋବର ୬ରେ ସ୍ବତନ୍ତ୍ର ବିଚାରପତି ଭରତ ପରାଶର ତାଙ୍କ ରାୟରେ କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking