ଷ୍ଟକ୍ ମାର୍କେଟରେ ଖସିଲା ୧୧ ଶହରୁ ଅଧିକ ପଏଣ୍ଟ

ନୂଆଦିଲ୍ଲୀ : ତୃତୀୟ ତ୍ରୈମାସିକ ଜିଡିପି ଫଳ ଆସିବା ଆଗରୁ ମାର୍କେଟରେ ବଡ଼ ଧରଣର କ୍ଷତି ହୋଇଛି । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍ସେକ୍ସ ୧୧ ଶହ ପଏଣ୍ଟରୁ ଅଧିକ ଖସିଛି । ବିଶେଷ କରି ବ୍ୟାଙ୍କିଙ୍ଗ୍, ଅଟୋମୋବାଇଲ୍, ମେଟାଲ, ତେଲ ଓ ଗ୍ୟାସ୍ ସେକ୍ଟର ବିଶେଷ ଭାବେ ପ୍ରଭାବିତ ହୋଇଛି।ଆଜି ତୃତୀୟ ତ୍ରୈମାସିକ ଜିଡିପି ଅଭିବୃଦ୍ଧି ହାର କେତେ ରହିଛି ପ୍ରକାଶ ପାଇବ। ତେବେ ଦେଖିବାର କଥା ଗତ ଦୁଇଟି କ୍ୱାଟର୍ର ଭଳି ଏଥର ମଧ୍ୟ ଜିଡିପି ହ୍ରାସ ପାଇବ ନା ଏଥର ଉନ୍ନତି ଆସିବ। ଏଥର ଏଊଚ ଅଭିବୃଦ୍ଧି ହାର ୪.୫ ପ୍ରତିଶତ ରହିପାରେ ବୋଲି ଆକଳନ କରାଯାଇଛି। ଚୀନର ‘କରୋନା’ ଭାଇରସ ପ୍ରଭାବରୁ ଦେଶର ଅର୍ଥନୀତି ପ୍ରଭାବିତ ହୋଇଥିବା ଅର୍ଥନୀତି ବିଶେଷଜ୍ଞ ମାନେ ଆକଳନ କରିଛନ୍ତି।
https://onakhabar.com/2020/02/28/special-focus-odisha/