34.1 C
Bhubaneswar
Friday, March 29, 2024
Homeଓଡିଶାକରୋନାରେ ଚାଲିଗଲେ ବରିଷ୍ଠ ସାମ୍ବାଦିକ ବସନ୍ତ ଦାସ

କରୋନାରେ ଚାଲିଗଲେ ବରିଷ୍ଠ ସାମ୍ବାଦିକ ବସନ୍ତ ଦାସ

ଭୁବନେଶ୍ୱର : କରୋନାରେ ରାଜ୍ୟର ପୁଣି ଜଣେ ସାମ୍ବାଦିକଙ୍କ ପରଲୋକ ଘଟିଛି । ବରିଷ୍ଠ ସାମ୍ବାଦିକ ବସନ୍ତ ଦାସଙ୍କର କରୋନାରେ ମୃତ୍ୟୁ ଘଟିଛି । ବରିଷ୍ଠ ସାମ୍ବାଦିକ ବସନ୍ତ ଦାସ ଆଉ ନାହାନ୍ତି। କରୋନା ତାଙ୍କୁ ଆମ ଠାରୁ ଛଡାଇ ନେଇଛି। ସେ କିମସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସେ ସାମ୍ବାଦିକ ସହ ଜଣେ ସୁସାହିତ୍ୟିକ ଭାବେ ରାଜ୍ୟରେ ପରିଚିତ ଥିଲେ । ସେ ୧୯୪୦ ମସିହା ଜାନୁଆରୀ ମାସ ୨ ତାରିଖରେ ସେ ଜଗତସିଂହପୁ ଜିଲ୍ଲା ବିରିଡ଼ି ବ୍ଲକ ଅନ୍ତର୍ଗତ ମଇଁନ୍ଦିପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ଜନ୍ମ ହେବାର ୬ ଦିନ ପରେ ତାଙ୍କର ମାତା ତାଙ୍କୁ ଛାଡ଼ି ଚାଲିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ (୮୧)ବର୍ଷ ହୋଇଥିଲା । ସେ ଭୁବନେଶ୍ୱର ସ୍ଥିତ କିମ୍‌ସ ହସ୍ପିଟାଲ୍‌ରେ କୋଭିଡ୍‌ରେ ମୃତ୍ୟୁବରଣ କରିଛନ୍ତି । ବରିଷ୍ଠ ସାମ୍ବାଦିକ ବସନ୍ତ ଦାସ ଏକ ପୁସ୍ତକ ରଚନା କରିଥିଲେ । “ଆଧୁନିକ ଓଡ଼ିଶାର ରାଜନୈତିକ ଇତିହାସ” ପାଇଁ ସେ ବେଶ୍ ଜଣାଶୁଣା । ଓଡ଼ିଆ ସାହିତ୍ୟ ଏକାଡେମି ପୁରସ୍କାର ପ୍ରାପ୍ତ ପୁସ୍ତକ ‘ଜେ ଦେଶ ଜେ ସେ ଫଲ୍ ଖାଇ’ ସହିତ ସେ ୧୬ଟି ପୁସ୍ତକ ଲେଖିଥିଲେ । ଏ ନେଇ ତାଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରିଛନ୍ତି ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking