26.1 C
Bhubaneswar
Friday, March 29, 2024
Homeଓଡିଶାବରିଷ୍ଠ ନାଗରିକଙ୍କ ସେବା ଏକ ରାଷ୍ଟ୍ରୀୟ କର୍ତ୍ତବ୍ୟ ହେଉ

ବରିଷ୍ଠ ନାଗରିକଙ୍କ ସେବା ଏକ ରାଷ୍ଟ୍ରୀୟ କର୍ତ୍ତବ୍ୟ ହେଉ

ଭୁବନେଶ୍ୱର : ଓଡ଼ିଶା ଇଣ୍ଟରନ୍ୟାସ୍‌ନାଲ୍ ସେଣ୍ଟର ପକ୍ଷରୁ ଆଜି ସକାଳୁ ସ୍ଥାନୀୟ ଜୟଦେବ ଭବନଠାରେ ବରିଷ୍ଠ ନାଗରିକ ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ୨୫ଜଣ ବରିଷ୍ଠ ନାଗରିକ ଯେଉଁମାନଙ୍କର ବୟସ ୭୦ ବର୍ଷରୁ ଅଧିକ, ସେମାନଙ୍କୁ ମାନପତ୍ର, ପୁଷ୍ପମାଲ୍ୟ ଓ ସାଲ୍ ଦେଇ ସମ୍ବର୍ଦ୍ଧନା କରାଯାଇଛି । ସମ୍ବର୍ଦ୍ଧନା କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ତଥା ଉଦ୍‌ଘାଟକ ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତି ଶ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ବରିଷ୍ଠ ଅବସରପ୍ରାପ୍ତ ଆଇ.ପି.ଏସ୍‌. ଅଫିସର ଶ୍ରୀ ଅରୂପ ପଟ୍ଟନାୟକ, ଡକ୍ଟର ଗିରିଶ ଚନ୍ଦ୍ର ଶତପଥି, ସମାଜସେବୀ ରୁଦ୍ର ସାମନ୍ତରାୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଓଡ଼ିଶା ଇଣ୍ଟରନ୍ୟାସ୍‌ନାଲ୍ ସେଣ୍ଟର ପକ୍ଷରୁ ପ୍ରତିବର୍ଷ ୧୦୦ ଜ୍‌ଣ ବରିଷ୍ଠ ନାଗରିକଙ୍କୁ ଭୁବନେଶ୍ୱର, କଟକ ଓ ପୁରୀଠାରେ ସମ୍ବର୍ଦ୍ଧିତ କରାଯାଏ । ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ସୂର୍ଯ୍ୟ ନାରାୟଣ ପାତ୍ର ବରିଷ୍ଠ ନାଗରିକଙ୍କ ସେବା ଏକ ରାଷ୍ଟ୍ରୀୟ କର୍ତ୍ତବ୍ୟ ବୋଲି ମତ ଦେଇଥିଲେ । ବରିଷ୍ଠ ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମର ନାମକରଣ ଆନନ୍ଦ ମହୋତ୍ସବ ହୋଇଥିବାରୁ ସେ ଖୁସି ପ୍ରକାଶ କରିଥିଲେ । ବରିଷ୍ଠ ନାଗରିକଙ୍କର ସେବା କଲେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଈଶ୍ୱରଙ୍କ ଆଶୀର୍ବାଦ ମିଳିବ ବୋଲି ସେ କହିଥିଲେ । ଆଜିର କାର୍ଯ୍ୟକ୍ରମରେ ରୋଟାରିଆନ୍ ଓ ବିଶିଷ୍ଟ ଉଦ୍ୟୋଗପତି ତାରିଣୀ ପ୍ରତାପ ମହାନ୍ତିଙ୍କୁ “ଜାତୀୟ ସଂହତି” ସମ୍ମାନରେ ସମ୍ମାନିତ କରାଯାଇଥିଲା । ଶ୍ରୀ ଅରୂପ ପଟ୍ଟନାୟକ ଓଡ଼ିଶା ଇଣ୍ଟରନ୍ୟାସ୍‌ନାଲ୍ ସେଣ୍ଟରର କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରି କହିଥିଲେ ବରିଷ୍ଠ ନାଗରିକ ସେବା ସର୍ବାଗ୍ରେ । ଲୋକମାନେ ଆମର ବରିଷ୍ଠ ନାଗରିକମାନଙ୍କୁ ଯଥୋଚିତ ସମ୍ମାନ ଓ ସହାୟତା କରିବା ଆବଶ୍ୟକ । ଡକ୍ଟର ଗିରିଶ ଚନ୍ଦ୍ର ଶତପଥି ମତ ଦେଇଥିଲେ ବରିଷ୍ଠ ନାଗରିକମାନଙ୍କ ପାଇଁ ହସ୍ପିଟାଲ୍‌, ବସ୍‌ଷ୍ଟାଣ୍ଡ, ବଡ଼ ବଡ଼ ମଲ ଓ ଜନସମାଗମ ସ୍ଥାନରେ ସ୍ୱତନ୍ତ୍ର ସୁବିଧା ମିଳିବା ଆବଶ୍ୟକ । ଆମର ନାଗରିକମାନେ ବରିଷ୍ଠ ନାଗିରିକଙ୍କୁ ଶ୍ରଦ୍ଧା ଓ ସମ୍ମାନ ସ୍ୱତଃପ୍ରବୃତ୍ତ ଭାବେ କରିବା ଆବଶ୍ୟକ । ଅନ୍ୟତମ ଅତିଥି ସମାଜସେବୀ ରୁଦ୍ର ସାମନ୍ତରାୟ ବରିଷ୍ଠ ନାଗରିକଙ୍କ ପାଇଁ ବହୁବିଧ କାର୍ଯ୍ୟକ୍ରମ କରିବା ପାଇଁ ମତ ଦେଇଥିଲେ । ବରିଷ୍ଠ ନାଗରିକମାନଙ୍କ ମଧ୍ୟରେ ଥିଲେ ବିଶିଷ୍‌ଟ ସଂଗୀତ ଗୁରୁ ଡଃ ଦାମୋଦର ହୋତା, ବିଶିଷ୍ଟ ସାହିତ୍ୟିକ ଶ୍ରୀଯୁକ୍ତ ପ୍ରଫୁଲ୍ଲ ରଥ, ବିଶିଷ୍ଟ ବ୍ୟବସାୟୀ ଶ୍ରୀ ବିନୟ ଚୌଧୁରୀ ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ରବି ନାରାୟଣ ଦାସ ଚୌଧୁରୀ ପ୍ରଭୁତିଙ୍କୁ ସମ୍ମିାନିତ କରାଯାଇଥିଲା । ବିଶିଷ୍ଟ ଆଇନ୍‌ଜୀବୀ ପ୍ରଶାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଓଡ଼ିଶା ଇଣ୍ଟରନ୍ୟାସ୍‌ନାଲ୍ ସେଣ୍ଟର ସଭାପତି ପରେଶ ନାୟକ ଅତିଥି ପରିଚୟ ଓ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ଶ୍ରୀମତୀ ସୁନୀତା ମହାପାତ୍ର ବରିଷ୍ଠ ନାଗରିକମାନଙ୍କର ନାମ ଘୋଷଣା କରିଥିଲେ । ଶ୍ରୀ ଭାବଗ୍ରାହୀ ଶାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking