30.1 C
Bhubaneswar
Monday, August 15, 2022
Homeଦେଶ ବିଦେଶ‘ଶିବସେନା’ ସାଂସଦ ସଞ୍ଜୟ ରାଉତଙ୍କୁ ଗିରଫ କଲା ପ୍ରବର୍ତ୍ତନ ନିର୍ଦେଶାଳୟ

‘ଶିବସେନା’ ସାଂସଦ ସଞ୍ଜୟ ରାଉତଙ୍କୁ ଗିରଫ କଲା ପ୍ରବର୍ତ୍ତନ ନିର୍ଦେଶାଳୟ

ମୁମ୍ବାଇ: ପତ୍ରା ‘ଚଲ୍‌’ ଜମି ଦୁର୍ନୀତି ମାମଲାରେ ଦୀର୍ଘ ସମୟ ଜେରା କରିବା ପରେ ଗତରାତିରେ ‘ଶିବସେନା’ ସାଂସଦ ସଞ୍ଜୟ ରାଉତଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ ଗିରଫ କରିଥିବା କଥା ତାଙ୍କ ଭାଇ ସୁନୀଲ ରାଉତ ସୂଚନା ଦେଇଛନ୍ତି। ରବିବାର ସକାଳେ ପ୍ରବର୍ତ୍ତନ ନିର୍ଦେଶାଳୟ ସଞ୍ଜୟ ରାଉତଙ୍କ ଘରେ ଚଢ଼ାଉ କରି ଦୀର୍ଘ ସମୟ ଧରି ତଲାସ କରିଥିଲା।

ତଲାସ ସମୟରେ ତାଙ୍କ ଘରୁ ତଦନ୍ତକାରୀ ଅଧିକାରୀମାନେ ନଗଦ ୧୧.୫୦ ଲକ୍ଷ ଟଙ୍କା ଜବତ କରିଥିଲେ। ଏହା ପରେ ସନ୍ଧ୍ୟା ୭ଟା ବେଳକୁ ରାଉତଙ୍କୁ ଜେରା କରାଯାଇଥିଲା। ‘ପ୍ରିଭେନ୍‌ସନ୍‌ ଅଫ୍ ମନି ଲଣ୍ଡରିଙ୍ଗ୍‌ ଆକ୍ଟ୍‌, ୨୦୦୨’ ଅନୁଯାୟୀ ଗିରଫ ହୋଇଥିବା ରାଉତଙ୍କୁ ଆଜି ଅପରାହ୍ଣରେ ‘ପିଏମ୍‌ଏଲ୍‌ଏ’ ଅଦାଲତରେ ହାଜର କରାଯିବ। ସଞ୍ଜୟଙ୍କୁ ଗିରଫ କରାଯିବା ପରେ ତାଙ୍କ ଭାଇ ସୁନୀଲ କହିଛନ୍ତି, ପ୍ରବର୍ତ୍ତନ ନିର୍ଦେଶାଳୟ ସଞ୍ଜୟ ରାଉତଙ୍କୁ ଭୟ କରୁଛି। ସେଥିପାଇଁ ହିଁ ତାଙ୍କୁ ଗିରଫ କରିଛି। ସେମାନେ ପାଇଥିବା ଦଲିଲ ସବୁ ଜାଲ୍‌। ପତ୍ରା ‘ଚଲ୍‌’ ମାମଲାରେ ସଞ୍ଜୟ ରାଉତଙ୍କୁ ସଂଶ୍ଳିଷ୍ଟ କରାଯିବାର କୌଣସି କାରଣ ନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking