38.8 C
Bhubaneswar
Friday, April 19, 2024
Homeଓଡିଶାବଞ୍ଚିବାର ରାହା ଦେଖାଉଛି ନଡ଼ିଆକତା ରଶି

ବଞ୍ଚିବାର ରାହା ଦେଖାଉଛି ନଡ଼ିଆକତା ରଶି

ବାରିକପୁର: ସଂପ୍ରତି ଆର୍ଥିକ ବିକାଶ ଦିଗରେ ବିଶ୍ୱ ସମୂହ ଗତି କରୁଥିବାବେଳେ ନାରୀ ଶିକ୍ଷା ଓ ନିଯୁକ୍ତକୁ ସରକାର ଗୁରୁତ୍ୱ ଦେଉଛନ୍ତି । ପରିବାରର ଆର୍ଥିକ ବିକାଶରେ ସହାୟ ହେଉଥିବା ଏଭଳି କେତେକ ମହିଳାମାନଙ୍କୁ ଭଣ୍ଡାରିପୋଖରୀ ବ୍ଲକ ରହଣିଆ ଠାରେ ଦେଖିବାକୁ ମିଳିଛି । ରହଣିଆ ଠାରେ ପ୍ରତିଷ୍ଠିତ ସାଧନକେନ୍ଦ୍ରସ୍ତରୀୟ ମୀନା ବେସରକାରୀ ସଂସ୍ଥା ତରଫରୁ ମହିଳାମାନେ ନଡିଆକତା ରଶି ତିଆରି କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଜିଲ୍ଲା ଶିଳ୍ପ କେନ୍ଦ୍ର ଭଦ୍ରକ ଓ ଶିଳ୍ପ ନିର୍ଦ୍ଦେଶାଳୟ କଟକ ତରଫରୁ ବ୍ଲକ୍ରେ ପ୍ରଥମ କରି ମୀନା ସାଧନ କେନ୍ଦ୍ର ଆନୁକୂଲ୍ୟରେ କିଛିମାସ ପୂର୍ବରୁ ନଡିଆକତା ଶିଳ୍ପ ପାଇଁ ରାଜ୍ୟ କୟରବୋର୍ଡ ପକ୍ଷରୁ ପ୍ରସ୍ତୁତି ସଭା ହୋଇଥିଲା । ଏହାପରେ ଏଠାକୁ ପିପିଲି, ପୁରୀ ଓ ସାକ୍ଷୀଗୋପାଳରୁ କଞ୍ଚାମାଲ ଭାବେ ନଡ଼ିଆକତା ଆସୁଥିବାବେଳେ ରଶି ତିଆରି ପାଇଁ ମହିଳାମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ଦୁଇଗୋଟି ଗୋଷ୍ଠୀରେ ୩୦ଜଣ ମହିଳା ଚାରିମାସ ପାଇଁ ପ୍ରଶିକ୍ଷଣ ଗ୍ରହଣ କରୁଥିବାବେଳେ ଦୁଇଜଣ ପ୍ରଶିକ୍ଷକ ନିଯୁକ୍ତି ହୋଇଛନ୍ତି । ରହଣିଆ ସମେତ ରାଢୋ, ନୂଆପୋଖରୀ ପ୍ରମୁଖ ଗ୍ରାମର ମହିଳାମାନେ ୧୧ଟା ଠାରୁ ୩ଟା ଯାଏଁ ପ୍ରଶିକ୍ଷଣ ଗ୍ରହଣ କରୁଛନ୍ତି । ନିଜେ ସ୍ୱାବଲମ୍ବୀ ହେବା ସହିତ ଭବିଷ୍ୟତରେ ଅନ୍ୟ ମହିଳାଙ୍କୁ ସାମିଲକରି ସ୍ୱାବଲମ୍ବୀ କରିବା ସମ୍ପ୍ରତି ମହିଳାଙ୍କ ପାଇଁ ବଡ ଲକ୍ଷ୍ୟ ହୋଇଯାଇଛି । ପ୍ରଶିକ୍ଷଣ ଗ୍ରହଣ କରୁଥିବା ମହିଳା ମାନେ ଦୈନନ୍ଦିନ ରଶି ତିଆରି କରୁଥିବାବେଳେ ସେଗୁଡିକ ବିକ୍ରି ପାଇଁ ସାକ୍ଷୀଗୋପାଳ ଓ ପିପିଲିକୁ ପଠାଯିବ ବୋଲି କହିଛନ୍ତି । ପ୍ରଶିକ୍ଷଣ ଗ୍ରହଣ କରିସାରିବା ପରେ ବିଭିନ୍ନ ବ୍ୟାଙ୍କ ତରଫରୁ ଯଦି ନଡିଆକତା ଶିଳ୍ପ ପାଇଁ ମହିଳା ମାନଙ୍କୁ ଋଣ ଆକାରରେ ଆର୍ଥିକ ସହାୟତା ପ୍ରଦାନ କରାଯାଏ ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳରେ ଏକ ନଡିଆକତା ଶିଳ୍ପ ମୁଣ୍ଡ ଟେକିପାରନ୍ତା ବୋଲି ପ୍ରଶିକ୍ଷାର୍ଥି ରଶ୍ମିରେଖା ରାଉତ, ମିତାରାଣୀ କୁଅଁର, ପ୍ରତିମା କୁଅଁର, ସୁବାଷିନୀ ମହାପାତ୍ର, ଜ୍ୟୋତିର୍ମୟୀ ନାୟକ, ବିନ୍ଦୁଶ୍ରୀ କୁଅଁର, ଇତିଶ୍ରୀ ରାଉତ, ଲକ୍ଷ୍ମୀପ୍ରିୟା ରାଉତ, ପଦ୍ମିନୀ ରାଉତ, ଦୀପାରାଣୀ ନାୟକ ପ୍ରମୁଖ ପ୍ରକାଶ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking