35.1 C
Bhubaneswar
Tuesday, April 23, 2024
Homeଓଡିଶାସ୍ନାନଯାତ୍ରା ଦିନ ଲାଗୁ ହେବ ୧୪୪ ଧାରା

ସ୍ନାନଯାତ୍ରା ଦିନ ଲାଗୁ ହେବ ୧୪୪ ଧାରା

ପୁରୀ: ସ୍ନାନଯାତ୍ରା ଦିନ ପୁରୀରେ ଲାଗୁ ହେବ ୧୪୪ ଧାରା । ଛତିଶା ନିଯୋଗ ବୌଠକରେ ଆଲୋଚନା ହେବା ପରେ ଏହି ନିଷ୍ପତ୍ତି ହୋଇଥିବା ପୁରୀ ଜିଲ୍ଲାପାଳ ସୂଚନା ପ୍ରଦାନ କରିଛନ୍ତି । ସେହି ଦିନ ଲୋକଙ୍କ ଯାତାୟତକୁ ରୋକିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି । ସେଥିପାଇଁ ଆସନ୍ତା ୪ ତାରିଖ ରାତି ୧୦ଟାରୁ ୧୪୪ ଧାରା ୬ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ଜିଲ୍ଲାପାଳ ସୂଚନା ଦେଇ କହିଛନ୍ତି । ୬ ତାରିଖ ଦିନ ୨ଟା ପର୍ଯ୍ୟନ୍ତ ଏହି ୧୪୪ ଧାରା ଜାରି ରହିବ । ପୁରୀ ବାସୀ ଅଧିକ ଶୃଙ୍ଖଳିତ ଏବଂ ସେମାନେ ସରକାରଙ୍କ ସମସ୍ତ ପ୍ରକାର ନିୟମକୁ କଡାକଡି ପାଳନ କରିବେ ବୋଲି ଜିଲ୍ଲାପାଳ ବଲବନ୍ତ ସିଂ କହିଛନ୍ତି । ଶ୍ରଦ୍ଧାଳୁଙ୍କ ପାଇଁ ସ୍ନାନଯାତ୍ରାର ସିଧାପ୍ରସାରଣ କରାଯିବ । ଯାହାଦ୍ୱାରା ଘରେ ବସି ସେମାନେ ପ୍ରଭୁଙ୍କ ସ୍ନାନଯାତ୍ରା ଦର୍ଶନ କରିପାରିବେ । ତେବେ ଗତକାଲି ରାଜ୍ୟ ସରକାର କରୋନା କଟକଣାକୁ ଆହୁରି କଟକଣା କରିଛନ୍ତି । ଜୁନ ୩୦ ତାରିଖ ପୂର୍ବରୁ କୌଣସି ଧାର୍ମିକ ଅନୁଷ୍ଠାନ ଖୋଲିପାରିବ ନାହିଁ ବୋଲି ସରକାର ଘୋଷଣା କରିଛନ୍ତି । ଆଉ ଏବେ ଯେହେତୁ କରୋନା ସଂକ୍ରମିତଙ୍କ ସଂଖ୍ୟା ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି, ସେଥିପାଇଁ ସାଧାରଣ ଜନତାଙ୍କ ନିମନ୍ତେ ଧାର୍ମିକ ସ୍ଥଳ ନ ଖୋଲିବାକୁ ସରକାର ଘୋଷଣା କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking