40.1 C
Bhubaneswar
Thursday, April 25, 2024
Homeଓଡିଶାଜାନୁଆରୀ ୩୧ ଯାଏଁ ଆରଡିପୀଠରେ ବାବାଙ୍କ ଦର୍ଶନ ବନ୍ଦ, ଲାଗିଲା ୧୪୪ ଧାରା

ଜାନୁଆରୀ ୩୧ ଯାଏଁ ଆରଡିପୀଠରେ ବାବାଙ୍କ ଦର୍ଶନ ବନ୍ଦ, ଲାଗିଲା ୧୪୪ ଧାରା

ଭୁବନେଶ୍ୱର : ରାଜ୍ୟରେ ଏବେ କରୋନା ସଂକ୍ରମଣ ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ଏବେ ରାଜ୍ୟରେ କଟକଣା କଡାକଡି କରାଯାଇଛି । ସେହିଅନୁଯାୟୀ ଧାର୍ମିକ ଅନୁଷ୍ଠାନ ମାନଙ୍କରେ ମଧ୍ୟ କଟକଣା ଜାରି କରାଯାଇଛି । ସେହିପରି ଆରଡି ବାବା ଆଖଣ୍ଡଳୀଙ୍କ ଦର୍ଶନ ଉପରେ ମଧ୍ୟ କଟକଣା ଜାରି କରାଯାଇଛି । ଆଜିଠୁ ଆସନ୍ତା ଜାନୁଆରୀ ୩୧ ଯାଏଁ କଟକଣା ଜାରି ରହିବ ।

ଆଖଣ୍ଡଳମଣି ମନ୍ଦିର ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ନୂତନ ଏସଓପି ଜାରି କରାଯାଇଛି । ସେହିଅନୁଯାୟୀ ଆଜିଠୁ ଜାନୁଆରୀ ୩୧ ଯାଏଁ ବାବା ଆଖଣ୍ଡଳମଣୀଙ୍କ ଦର୍ଶନ ବନ୍ଦ ରହିବ । ଏପରିକି ଯେପରି କୌଣସି ସ୍ଥାନରେ ଯେପରି ଭିଡ ନହେବ ସେନେଇ ପୀଠରେ ୧୪୪ ଧାରା ଜାରି କରାଯାଇଛି । କଟକଣା ଭିତରେ ବାବାଙ୍କର ନୀତିକାନ୍ତି ଚାଲିବ । ଏହାସହିତ ପୀଠରେ କୌଣସି ମେଳା, ମହୋତ୍ସବ, ଭଜନ ସମାରୋହର ଆୟୋଜନ ନହେବା ପାଇଁ ପ୍ରଶାସନ ପକ୍ଷରୁ କଡା ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking