34.1 C
Bhubaneswar
Friday, March 29, 2024
Homeପଶ୍ଚିମବଙ୍ଗ ନିର୍ବାଚନଆସାମ ଓ ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଆଜି

ଆସାମ ଓ ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଆଜି

ନୂଆଦିଲ୍ଲୀ : ଆସାମ ଓ ପଶ୍ଚିମବଙ୍ଗରେ ଆଜି  ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଅନୁଷ୍ଠିତ ହୋଇଯାଇଛି । ଏହି ଦ୍ୱିତୀୟ ପର୍ଯ୍ୟାୟରେ ଆସାମରେ ୩୯ଟି ନିର୍ବାଚନମଣ୍ଡଳୀରେ ଭୋଟ୍ ଗ୍ରହଣ କରାଯିବ । ଏଥିପାଇଁ ମୋଟ୍ ୩୪୫ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତାରେ ଅବତୀର୍ଣ୍ଣ ହୋଇଛନ୍ତି। ସେହିପରି ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟରେ ୩୦ଟି ଆସନରେ ଭୋଟ୍ ଗ୍ରହଣ କରାଯିବ । ଏହି ପର୍ଯ୍ୟାୟରେ ୧୭୧ ପ୍ରାର୍ଥୀ ପ୍ରତିଦ୍ୱିନ୍ଦ୍ୱିତା କରୁଛନ୍ତି । ସୂଚନାଯୋଗ୍ୟ, ପଶ୍ଚିମବଙ୍ଗର ବହୁ ଚର୍ଚ୍ଚିତ ନନ୍ଦିଗ୍ରାମ ନିର୍ବାଚନମଣ୍ଡଳୀରେ ଏହି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେଉଛି । ଆସାମରେ ଏପ୍ରିଲ ୬ରେ ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ୍ ଗ୍ରହଣ କରାଯିବ । ଅନ୍ୟପକ୍ଷରେ ପଶ୍ଚିମବଙ୍ଗରେ ୮ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେବ । ତେବେ କେରଳ, ପୁଡ଼ୁଚେରୀ ଓ ତାମିଲନାଡ଼ୁରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ ।

ଦ୍ୱିତୀୟ ପର୍ଯ୍ୟାୟରେ ୪ଜିଲ୍ଲା ଦକ୍ଷିଣ ୨୪ ପ୍ରଗଣାର ୪, ବାଙ୍କୁରାର ୮ ଓ ପଶ୍ଚିମ ମେଦିନିପୁରର ୯ ଓ ପୂର୍ବ ମେଦିନିପୁର ୯ଟି ସିଟ ପାଇଁ ଭୋଟିଂ ଚାଲିଛି । ୨୦୧୬ ବିଧାନସଭା ନିର୍ବାଚନରେ ୩୦ ଆସନ ଭିତରୁ ୨୩ଟି ସିଟରେ ବାଜି ମାରିଥିଲା ତୃଣମୂଳ କଂଗ୍ରେସ । ୫ଟି ଆସନ ବାମଦଳ ହାତେଇଥିବାବେଳେ କଂଗ୍ରେସ ଓ ବିଜେପି ଖାତାକୁ ଗୋଟିଏ ଲେଖାଏଁ ସିଟ୍‌ ଆସିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking