32.8 C
Bhubaneswar
Tuesday, April 16, 2024
Homeଓଡିଶାମହଙ୍ଗା ପଡିଲା ଦ୍ଵିତୀୟ ପ୍ରେମ ବିବାହ

ମହଙ୍ଗା ପଡିଲା ଦ୍ଵିତୀୟ ପ୍ରେମ ବିବାହ

ଭୋଗରାଇ-ଯୁବକଙ୍କୁ ମହଙ୍ଗା ପଡିଲା ଦ୍ଵିତୀୟ ବିବାହ । ଦ୍ଵିତୀୟ ସ୍ତ୍ରୀର ପରିବାର ଲୋକେ ମରଣାନ୍ତକ ଆକ୍ରମଣ କରି କାଟିଦେଲ ଯୁବକଙ୍କ ଯୌନାଙ୍ଗ । ତେବେ ଯୁବକ ଜଣକ କ୍ଷତାକ୍ତ ଅବସ୍ଥାରେ ଭୋଗରାଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ସୂଚନା ମୁତାବକ ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଳକ କାଳେହି ଗ୍ରାମର ଜନୈକ ଯୁବକ 12 ବର୍ଷ ପୂର୍ବରୁ ଗୋଟିଏ ବିବାହ କରିବା ପରେ ଗତ ତିନିମାସ ପୂର୍ବରୁ ଆଉ ଏକ ପ୍ରେମ ବିବାହ କରିଥିଲେ । ଯାହାକୁ ଦ୍ଵିତୀୟ
ପତ୍ନୀ ମଧ୍ୟ ସ୍ବୀକାର କରି ନେଇଥିଲେ ବୋଲି ଯୁବକ ଜଣକ ପ୍ରକାଶ କରିଛନ୍ତି। ପରେ ଏନେଇ ଥାନାରେ ଦ୍ଵିତୀୟ ପତ୍ନୀଙ୍କ ପରିବାର ଲୋକେ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଦ୍ଵିତୀୟ ପତ୍ନୀ ତାଙ୍କ ସ୍ବାମୀଙ୍କ ସହ ରହିବା ପାଇଁ ରାଜି ହୋଇଥିଲେ । ଦ୍ଵିତୀୟ ପତ୍ନୀଙ୍କ ବାପଘର ଲୋକେ ପ୍ରତିଶୋଧ ପରାୟଣ ହୋଇ ଆଜି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଯୁବକଙ୍କ ହାତ ମୁଣ୍ଡକୁ ହାଣିବା ସହ ଗୁପ୍ତାଙ୍ଗ କାଟି ଦେଇଛନ୍ତି । ତେବେ ଏନେଇ ଭୋଗରାଇ ଥାନାର ଦ୍ୱାରସ୍ଥ ହୋଇ ଅଭିଯୋଗ କରିଛନ୍ତି ପୀଡ଼ିତ ଯୁବକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking