31.1 C
Bhubaneswar
Friday, March 29, 2024
Homeଓଡିଶାଓଡ଼ିଶାରେ ଦ୍ୱିତୀୟ ‘କରୋନା’ ରୋଗୀ

ଓଡ଼ିଶାରେ ଦ୍ୱିତୀୟ ‘କରୋନା’ ରୋଗୀ

ଭୁବନେଶ୍ୱର : ଓଡ଼ିଶାରେ ଦ୍ୱିତୀୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗୁରୁବାର ପରୀକ୍ଷା ହୋଇଥିବା ୧୪ ରକ୍ତ ନମୁନାରୁ ଗୋଟିଏ ପଜିଟିଭ୍ ଥିବା ଜଣାପଡ଼ିଥିଲା । ଭୁବନେଶ୍ୱର RMRCରେ ଗୁରୁବାର ୧୪ଟି ନମୁନା ପରୀକ୍ଷା ହୋଇଥିଲା। ସଂକ୍ରମିତ ବ୍ୟକ୍ତି ଜଣଙ୍କ ବିଦେଶରୁ ଫେରିଥିବା ଜଣାପଡ଼ିଛି। କରୋନା ସଂକ୍ରମିତ ଦେଶରୁ ସେ ଫେରିଥିବା ସୂଚନା ମିଳିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି। ଏହା ପୂର୍ବରୁ ଗତ ମାର୍ଚ୍ଚ ୧୫ ତାରିଖରେ ଓଡ଼ିଶାରେ ପ୍ରଥମ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଥିଲେ । ତାଙ୍କ ଘର ଭୁବନେଶ୍ୱରରେ । ରକ୍ତ ଓ ସ୍ୱାବ ନମୁନା ପରୀକ୍ଷାରୁ ତାଙ୍କ ଠାରେ କରୋନା ଭୂତାଣୁ ପ୍ରବେଶ କରିଥିବା ଜଣାପଡ଼ିଥିଲା। RMRCରେ ପରୀକ୍ଷା ପରେ ଏହା ଜଣାପଡ଼ିଥିବା ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇ ଥିଲା। ଏହି ଯୁବକ ଜଣଙ୍କ ୬ ତାରିଖରେ ଇଟାଲିରୁ ଦିଲ୍ଲୀ ଫେରିଥିଲେ। ଦିଲ୍ଲୀରେ କିଛି ଦିନ କ୍ୱାରେଣ୍ଟିନରେ ରହିଥିଲେ। ଏହା ପରେ ୧୨ ତାରିଖରେ ଟ୍ରେନ୍ ଯୋଗେ ଭୁବନେଶ୍ୱର ଆସିଥିଲେ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking