31.1 C
Bhubaneswar
Friday, March 29, 2024
Homeଓଡିଶାମନ୍ଦିର ଖୋଲିବା ଦାବିରେ ବାଜିଲା ଘଣ୍ଟ

ମନ୍ଦିର ଖୋଲିବା ଦାବିରେ ବାଜିଲା ଘଣ୍ଟ

ଭୁବନେଶ୍ୱର : ରାଜ୍ୟରେ କରୋନା ମହାମାରୀ ପାଇଁ ଗତ ୭ମାସ ହେଲାଣି ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରହିଛି । ମନ୍ଦିର ଖୋଲିବା ଦାବିରେ ଆଜି ମନ୍ଦିର ସାମ୍ନାରେ ଘଣ୍ଟଘଣ୍ଟା ବାଜିଛି । କରୋନା କଟକଣା ମଧ୍ୟରେ ମନ୍ଦିର ଖୋଲିବାକୁ ଦାବି କରାଯାଇଛି । ସକାଳ ୯ଟାରେ ୯ମିନିଟ୍ ପାଇଁ ମନ୍ଦିର ସେବାୟତ ଘଣ୍ଟାଘଣ୍ଟା ବଜାଇଛନ୍ତି । ଭୁବନେଶ୍ୱର , ରାଉରକେଲା ଓ ବାରିପଦାରେ ଏହି କାର୍ଯ୍ୟକ୍ରମ କରାଯାଇଛି । ପ୍ରତ୍ୟେହ ଠାକୁରଙ୍କ ଦର୍ଶନ ପାଇଁ ଭକ୍ତଙ୍କ ବଞ୍ଚିତ ନ କରିବାକୁ ନିବେଦନ କରାଯାଇଛି । ପୁରୀ ଶ୍ରୀମନ୍ଦିର ଖୋଲିବାକୁ ସେବାୟତ ମାନେ ଦାବି କରୁଛନ୍ତି ।

ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ଦିନୁ ଦିନ ବଢି ଚାଲିଛି । ଏହି ପରିସ୍ଥିତିରେ ମନ୍ଦିର ଖୋଲିଲେ ପରିସ୍ଥିତି ସଙ୍କଟାପର୍ଣ୍ଣ ହୋଇପାରେ ବୋଲି ରାଜ୍ୟ ସରକାରଙ୍କର ତରଫରୁ କୁହାଯାଇଛି । ମନ୍ଦିରର ଗର୍ଭ ଗୃହ ଛୋଟ ରହୁଥିବାରୁ ଦର୍ଶନ ସମୟରେ ସଂକ୍ରମଣ ହୋଇପାରେ ବୋଲି କୁହାଯାଇଛି । ମାତ୍ର ରାଜ୍ୟରେ ସବୁ ଖୋଲୁଥିବା ବେଳେ ମନ୍ଦିର କଣ ପାଇଁ ବନ୍ଦ ରହିବ ବୋଲି ବିଭିନ୍ନ ମହଲରୁ ପ୍ରଶ୍ନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking