ଜୟପୁର : ଆମ ଦେଶର ଯସସ୍ୱୀ ପ୍ରଧାନମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି ର ବରିଷ୍ଠ ନେତା ଶ୍ରୀ ନରେନ୍ଦ୍ର ମୋଦିଙ୍କ ୭୦ତମ ଜନ୍ମ ଦିବସ ଉପଲକ୍ଷେ ଭାରତୀୟ ଜନତା ପାର୍ଟି ସେବା ସପ୍ତାହ ପାଳନ କୋରୁଚୀ ରାଷ୍ଟୀୟ ଅଧକ୍ଷ ଜେ ପି ନନ୍ଦା ଓ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଙ୍କ ନିର୍ଦେଶ କ୍ରମେ ଜୟପୁର ମାଛବନ୍ଦ ସାହିର କିଛି ଅସହାୟ ବୃଦ୍ଧାଙ୍କୁ ସାହାଯ୍ୟ କରୀବା ସାମ୍ନା କୁ ଆସିଛି । ତା ସତେ ଜୟପୁର ମଣ୍ଡଳ ରେ ଯୁବ ମୋର୍ଚା ତରଫରୁ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା।ରକ୍ତ ଶିବିର କୁ ପରିଚାଳନା ଚନ୍ଦ୍ରଶେଖ ରଥ କରିଥିଲେ ଏଥିରେ ବହୁ କାର୍ଯ୍ୟକର୍ତା ଓ ଶୁଭେଚ୍ଛୁ ରକ୍ତଦାନ ଭଳି ଏକ ମହତ ଦାନ କରି ପାର୍ଟି ତଥା ମୋଦିଜି ଙ୍କ ଉପରେ ସ୍ନେହ ପରିପ୍ରକାଶ କରିଥିଲେ। ପ୍ରଥମେ ସମସ୍ତେ ଜୟପୁର ସ୍ଥିତ ପାର୍ଟି କାର୍ଯ୍ୟଳୟ ରେ ପହଞ୍ଚି ବନ୍ଦେ ମାତାରମ ଗାନ କରିଥିଲେ ପରେ ବିଧାନସଭା ପ୍ରାଥୀ ଗୌତମ ସାମନ୍ତରାୟ ଓ ମଣ୍ଡଳ ସଭାପତି ସାଧୁ ଚରଣ ଦାଶ ଚୌଧୁରୀ ଙ୍କ ଉପସ୍ଥିତି ରେ ନାଲି ଫିତା କଟାହୋଇ ରକ୍ତଦାନ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ମଧୁ ହିଆଲ, ରଘୁନାଥ ପାଣିଗ୍ରାହୀ, ରାଧେଶ୍ୟାମ ପରିଡା,ନବୀନ ଜୈନ,ରାଧାନାଥ ମିଶ୍ର,ଅଜିତ ପାତ୍ର,ଅଭିଜିତ ମହାନ୍ତି,ଟିଙ୍କୁ ବେହେରା,ବୈଦ୍ୟନାଥମିଶ୍ର,ସାବନମହାନ୍ତିସହଦେଵ ଦୁର୍ଗା,ବ୍ରହ୍ମାଜି ଆଚାରି,ଲୋକନାଥ ବେହେରା,ବିକ୍ରମ ସାହୁ ,ସୁରଭି ପାଣି,ଭବାନୀ ରେଡ୍ଡୀ,ସ୍ୱାତୀ ହୋତା,ସୀମା କରଣ,ସାରଦା ଓ ବହୁ କାର୍ଯ୍ୟକର୍ତା ଶୁଭେଚ୍ଛୁ ଯୋଗଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସ ଉପଲକ୍ଷେ ଜୟପୁର ମହିଳା ମୋର୍ଚ୍ଚା ତରଫରୁ ସୁରଭି ପାଣି ଙ୍କ ନେତୃତ୍ୱ ରେ ଫଳ ଓ ମିଷ୍ଠାନ ସ୍ଥାନୀୟ ମାଛବନ୍ଧ ସାହିରେ ବଣ୍ଟନ ହୋଇଥିଲା ଏଥିରେ ଜୟପୁର ମଣ୍ଡଳ ର ବରିଷ୍ଠନେତ୍ରୀ ମାନେ ଯୋଗଦେଇଥିଲେ। ବହୁ ମହିଳା କର୍ମୀ ଯୋଗଦେଇ ଫଳ ବଣ୍ଟନ କରିଥିଲେ।