27.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଠିକଣା ଖୋଜିବାକୁ ମହିଳା ଖୋଲିଲେ ଗୁଗଲ ମ୍ୟାପ୍‌, ତା’ପରେ....

ଠିକଣା ଖୋଜିବାକୁ ମହିଳା ଖୋଲିଲେ ଗୁଗଲ ମ୍ୟାପ୍‌, ତା’ପରେ….

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଗୁଗଲ ମ୍ୟାପ୍ ଉଠାଇଥିବା ଏକ ଅଶ୍ଳୀଳ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଗୁଗଲ ମ୍ୟାପ ବ୍ୟବହାର କରି ଏକ ଠିକଣା ଖୋଜୁଥିବା ଜଣେ ମହିଳା ଏକ ଦମ୍ପତିଙ୍କ ଅଶ୍ଳୀଳ ହରକତ ଦେଖିବାକୁ ପାଇଥିଲେ । ଉକ୍ତ ଦମ୍ପତି ଗଳିରେ ନିରୋଳା ଦେଖି ସେକ୍ସ କାର୍ଯ୍ୟ ଆରମ୍ଭ କରିଦେଇଥିଲେ । ଯାହାକି ଗୁଗଲ ମ୍ୟାପରେ ରେକର୍ଡ ହୋଇଯାଇଥିଲା । ଠିକଣା ଖୋଜୁଥିବା ମହିଳା ଜଣକ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ମହିଳା ଜଣକ ମଞ୍ଚେଷ୍ଟରରେ ଥିବା ଏକ ୱେୟାର ହାଉସ ର ଠିକଣା ଖୋଜୁଥିଲେ । ମହିଳା ଜଣକ ସେହି ସ୍ଥାନକୁ ଖୋଜିବା ପାଇଁ ଗୁଗଲ ମ୍ୟାପର ସାହାଯ୍ୟ ନେଇଥିଲେ । ହେଲେ ଏକ ନିରୋଳା ଗଳିରେ ହଳେ ଦମ୍ପତି ସେକ୍ସ କାର୍ଯ୍ୟରେ ଲିପ୍ତ ଥିଲେ । ପୁରୁଷଙ୍କ ଜିନ୍ସ ତାଙ୍କ ଆଣ୍ଠୁ ତଳକୁ ଥିବା ବେଳେ ଉଭୟେ ସେକ୍ସ କାର୍ଯ୍ୟରେ ଲିପ୍ତ ଥିଲେ । ମହିଳା ଜଣକ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହାର ସ୍କ୍ରିନ ସର୍ଟ ସୋସିଆଲ ମିଡିଆରେ ସେୟାର କରିଥିଲେ । ଯାହା କି ଏବେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଏହି ଫଟୋକୁ ଦେଖି ଲୋକେ ବିଭିନ୍ନ ମତ ଦେବାରେ ଲାଗିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking