27.5 C
Bhubaneswar
Monday, July 22, 2024
Homeଓଡିଶାସୁନ୍ଦରଗଡରେ ବ୍ୟାପିଲା ସ୍କ୍ରବ ଟାଇଫସ୍, ୨୧୧ ରେ ପହଞ୍ଚିଲା ପଜିଟିଭ୍

ସୁନ୍ଦରଗଡରେ ବ୍ୟାପିଲା ସ୍କ୍ରବ ଟାଇଫସ୍, ୨୧୧ ରେ ପହଞ୍ଚିଲା ପଜିଟିଭ୍

ଭୁବନେଶ୍ୱର : ଭୟ ବଢାଉଛି ସ୍କ୍ରବ୍ ଟାଇଫସ୍ । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି। ସୁନ୍ଦରଗଡ଼ରୁ ପୁଣି ୫ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ ହୋଇଛି। ଜିଲ୍ଲାରେ ପଜିଟିଭ ସଂଖ୍ୟା ୨୧୧କୁ ବୃଦ୍ଧି ହୋଇଛି । ସୂଚନାନୁଯାୟୀ, ଜିଲ୍ଲାରେ ୪୨ଟି ରକ୍ତ ନମୁନା ପରୀକ୍ଷା କରାଯାଇଥିଲା।

ସେମାନଙ୍କ ମଧ୍ୟରୁ ୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମେଡିକାଲ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ସଚେତନ କରାଯାଉଛି। ଏନେଇ ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚକିତ୍ସା ଅଧିକାରୀ ଡଃ କାହ୍ନୁଚରଣ ନାୟକ । ସୂଚନା ଥାଉକି ୨୪ ଘଣ୍ଟାରେ ପୁଣି ୫ଜଣ ସ୍କ୍ରବ ଟାଇଫସ ପଜିଟିଭ ଚିହ୍ନଟ । ଜିଲ୍ଲାରେ ପଜିଟିଭ ସଂଖ୍ୟା ୨୧୧ରେ ପହଂଚିଛି । ସୂଚନା ଥାଉକି ୨୪ ଘଣ୍ଟାରେ ପୁଣି ୫ଜଣ ସ୍କ୍ରବ ଟାଇଫସ ପଜିଟିଭ ଚିହ୍ନଟ । ଜିଲ୍ଲାରେ ପଜିଟିଭ ସଂଖ୍ୟା ୨୧୧ରେ ପହଂଚିଛି ।

ଗତ ଜାନୁଆରୀ ମାସରୁ ସେପ୍ଟେମ୍ବର ୨୦ ଯାଏ ସରକାରୀ ଭାବେ ୨୦୦ ଜଣ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ସୂଚନା ଦିଆଯାଇଛି । ଜାନୁଆରୀ ୧ ତାରିଖରୁ ଏହି ରୋଗର ଲକ୍ଷଣ ଦେଖା ଦେବା ପରେ ଡାକ୍ତରମାନେ ରକ୍ତ ନମୁନା ପରୀକ୍ଷା କରାଇବା ଲାଗି ପରାମର୍ଶ ଦେଇଥିଲେ । ହେଲେ ସେପ୍ଟେମ୍ବର ୧୨ ତାରିଖ ଯାଏ ଆକ୍ରାନ୍ତଙ୍କ ସଂଖ୍ୟା ୧୩୨ରେ ରହିଥିଲା ।

ସଂଖ୍ୟା ବର୍ଷ ଆରମ୍ଭରୁ ଜିଲ୍ଲାରେ ଦେଖା ଦେଇଥିବା ସ୍କ୍ରବ୍‌ ଟାଇଫସ ଥମିବା ବଦଳରେ ମାଡ଼ି ଚାଲିଛି । ଏଥିରେ ସଂକ୍ରମିତଙ୍କ ସଂଖ୍ୟା ୨୦୦ ଟିପିଥିବା ବେଳେ ଗତ ୪ ଦିନରେ ଚିହ୍ନଟ ହୋଇଛନ୍ତି ୨୫ ଆକ୍ରାନ୍ତ । ଫଳରେ ଲୋକଙ୍କ ମଧ୍ୟରେ ଏକ ପ୍ରକାର ଆତଙ୍କ ଖେଳି ଯାଇଛି । ମାତ୍ର ଏଥିରେ ଆତଙ୍କିତ ନହେବା ଲାଗି ଲୋକଙ୍କୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking