28.1 C
Bhubaneswar
Tuesday, June 28, 2022
Homeଓଡିଶାସ୍କାଉଟ ଗାଇଡର ଆଞ୍ଚଳିକ ଜାତୀୟ ସଂହତି କ୍ୟାମ୍ପକୁ ରାଜ୍ୟ ପୁରସ୍କାର

ସ୍କାଉଟ ଗାଇଡର ଆଞ୍ଚଳିକ ଜାତୀୟ ସଂହତି କ୍ୟାମ୍ପକୁ ରାଜ୍ୟ ପୁରସ୍କାର

ବଲାଙ୍ଗିର:  ଗତ ଜାନୁୟାରୀ ମାସରେ ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ତୁରେକେଲା ସରକାରୀ ହାଇସ୍କୁଲ ଠାରେ ଅନୁଷ୍ଠିତ ହୋଇଥିବା ଭାରତ ସ୍କାଉଟ ଗାଇଡ ଆଞ୍ଚଳିକ ଜାତୀୟ ସଂହତି କ୍ୟାମ୍ପକୁ ଶ୍ରେଷ୍ଠ କ୍ୟାମ୍ପ ଭାବରେ ରାଜ୍ୟ ପୁରସ୍କାର ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ, ଏହି ଆଞ୍ଚଳିକ ସ୍ତରୀୟ ଜାତୀୟ ସଂହତି ଶିବରରେ ବରଗଡ, ନୂଆପଡା, କଳାହାଣ୍ଡି, ସୋନପୁର ସହ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ୧୦୦୪ ଜଣ ସ୍କାଉଟ, ଗାଇଡ, ସ୍କାଉଟ ମାଷ୍ଟର, ଗାଇଡ କ୍ୟାପ୍‌ଟେନ, ଅଫିସିଆଲ ଯୋଗ ଦେଇଥିଲେ । ଓଡିଶାର ରାଜ୍ୟପାଳ ମହାମହିମ ପ୍ରଫେସର ଗଣେଷୀଲାଲଙ୍କ ଦ୍ୱାରା ଶ୍ରେଷ୍ଠ ବିବେଚିତ ମାନପତ୍ର ବଲାଙ୍ଗିର ଜିଲ୍ଲା ଭାରତ ସ୍କାଉଟ ଗାଇଡକୁ ପ୍ରଦାନ କରାଯାଇଛି । ଏହି କୃତି ବଲାଙ୍ଗିର ଜିଲ୍ଲା ଭାରତ ସ୍କାଉଟ ଗାଇଡକୁ ଗୌରବାନ୍ୱିତ କରିଛି । ଏହା ସହିତ ଓଡିଶା ରାଜ୍ୟ ଭାରତ ସ୍କାଉଟ ଗାଇଡ ତରଫରୁ ଆୟୋଜିତ ଡିଜିଟାଲ ଡେନ୍ସ ପ୍ରତିଯୋଗିତା “ନୃତ୍ୟାୟନା”ରେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ବିବିନା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଗାଇଡ୍ କ୍ୟାପଟେନ୍ ଜ୍ୟୋତି ବେହେରା ଅଂଶଗ୍ରହଣ କରି ୫୦ ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀଙ୍କ ମଧ୍ୟରୁ ଶ୍ରେଷ୍ଠ ବିବେଚିତ ହୋଇ ‘ଏ’ ଗ୍ରେଡ୍ ହାସଲ କରିଛନ୍ତି । ବଲାଙ୍ଗିର ଜିଲ୍ଲା ଭାରତ ସ୍କାଉଟ ଗାଇଡର ଏହି ସଫଳତା ପାଇଁ ଜିଲ୍ଲା ଶିକ୍ଷାଧିକାରୀ ଧୃବ ଚରଣ ବେହେରା, ଜିଲ୍ଲା ଭାରତ ସ୍କାଉଟ ଗାଇଡ ସଂପାଦକ ଜ୍ୟୋତି ପ୍ରସାଦ ପରିଡା, ଡିଏସ୍‌ଏସ୍ ନିଳମଣୀ ପଟେଲ, ଜିଲ୍ଲା ଅର୍ଗାନାଇଜିଂ କମିଶନର ସ୍କାଉଟ ନିଳାଂଚଳ ଚିର୍ଗୁନ, ଜିଲ୍ଲା ଅର୍ଗାନାଇଜିଂ କମିଶନର ଗାଇଡ କସ୍ତୁରୀ ରଥ, ତୁରେକେଲା ହାଇସ୍କୁଲର ପ୍ରଧାନ ଶିକ୍ଷକ ଜଳନ୍ଧର ମହାକୁର ଶୁଭେଚ୍ଛା ଜଣାଇଛନ୍ତି । ଅବସରପ୍ରାପ୍ତ ତତ୍କାଳୀନ ଜିଲ୍ଲା ଶିକ୍ଷାଧିକାରୀ କାର୍ତ୍ତିକେଶ୍ୱର ଲେଙ୍କା ଓ ସୁବୋଧ ଚନ୍ଦ୍ର ଦାଶ ଅଭିନନ୍ଦନ ଜଣାଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking