ସ୍କୁଟିକୁ ଧକ୍କା ଦେଲା ଟ୍ରକ୍

ଅନୁଗୁଳ: ଦିନକୁ ଦିନ ସଡକ ଦୁର୍ଘଟଣା ବଢିବାରେ ଲାଗିଛି । ଗାଡି ଚାଳକଙ୍କ ବେପରୁଆ ଗାଡି ଚାଳନା କାରଣରୁ ଏଭଳି ଘଟଣା ଘଟୁଥିବା ଜଣାପଡିଛି । ତେବେ ଆଜି ସକାଳେ ଅନୁଗୁଳ ସହରରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଥିବା ଜଣାପଡିଛି । ଏକ ଟ୍ରକ୍ ଧକ୍କାରେ ଜଣେ ବ୍ୟବସାୟୀଙ୍କର ଶୋଚନୀୟ ମୃତ୍ୟୁ ଘଟିଥିବା ଜଣାଯାଇଛି ।
ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୯ଟା ବେଳେ ଅନୁଗୁଳ ସହରର ଥାନା ଛକଠାରେ ପର୍ଶୁରାମ ରାଉତ ନାମକ ଜଣେ ବ୍ୟବସାୟୀ ନିଜର ସ୍କୁଟିରେ ଯାଉଥିଲେ । ହଠାତ୍ ପର୍ଶୁରାମ ରାଉତଙ୍କ ସ୍କୁଟିକୁ ପଛପଟରୁ ଏକ ଟ୍ରକ୍ ଧକ୍କା ଦେଇଥିଲା । ଏହାଫଳରେ ସେ ତଳେ ପଡ଼ିଯାଇଥିଲେ । ସଙ୍ଗେସଙ୍ଗେ ପର୍ଶୁରାମ ରାଉତଙ୍କୁ ସ୍ଥାନୀୟ ଲୋକେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ପର୍ଶୁରାମ ରାଉତଙ୍କର ମୃତ୍ୟୁ ହୋଇଥିଲା । ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ଦେଖା ଦେଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି  ଲୋକଙ୍କୁ ବୁଝାସୁଝା କରିବା ପରେ ଉତ୍ତେଜନା ବନ୍ଦ ହୋଇଥିଲା । ପୋଲିସ ଏହି ଘଟଣାର ଅଧିକ ତଦନ୍ତ କରୁଥିବା ଜଣାପଡିଛିି ।
https://onakhabar.com/2019/12/15/12-dead/