28.1 C
Bhubaneswar
Saturday, April 20, 2024
Homeଓଡିଶା୨୧ ରୁ ଏକାଦଶ, ୨୫ରୁ ଅଷ୍ଟମ ଶ୍ରେଣୀ ସ୍କୁଲ ଖୋଲିବ

୨୧ ରୁ ଏକାଦଶ, ୨୫ରୁ ଅଷ୍ଟମ ଶ୍ରେଣୀ ସ୍କୁଲ ଖୋଲିବ

ଭୁବନେଶ୍ୱର : ସ୍କୁଲ ଖୋଲିବା ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ସୂଚନା । ଆସନ୍ତା ୨୧ ତାରିଖରେ ଏକାଦଶ ଶ୍ରେଣୀ ସ୍କୁଲ ଖୋଲିବ । ସେହିପରି ୨୫ରୁ ଅଷ୍ଟମ ଶ୍ରେଣୀ ସ୍କୁଲ ଖୋଲିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି । ଉଭୟ ଏକାଦଶ ଓ ଅଷ୍ଟମ ଶ୍ରେଣୀ ଅଫଲାଇନ୍ ପାଠ ପଢ଼ା ଆରମ୍ଭ ହେବ । ଏନେଇ ଆସନ୍ତାକାଲି ସମସ୍ତ ଡିଇଓମାନଙ୍କୁ ନେଇ ବୈଠକ ବସିବ । ଏହି ବୈଠକରେ କ୍ଲାସରୁମର ସୁବ୍ୟବସ୍ଥା ନେଇ ଆଲୋଚନା କରାଯିବ । ସେହିପରି ପ୍ରଥମରୁ ସପ୍ତମ ଶ୍ରେଣୀ ଖୋଲିବା ନେଇ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ ।

ସୂଚନା ଯେ, ମହାମାରୀ କୋଭିଡ କଟକଣା ପାଇଁ ପ୍ରାୟ ଦୁଇ ବର୍ଷ ଧରି ରାଜ୍ୟରେ ସ୍କୁଲ ବନ୍ଦ ରହିଥିଲା। ଫଳରେ ଅନଲାଇନ ପାଠ ପଢା ଚାଲିଛି । ମାତ୍ର ବିଭିନ୍ନ ସ୍ଥାନରେ ନେଟ୍‌ୱର୍କ ନଥିବାରୁ ପିଲାମାନେ ଅନ୍‌ଲାଇନ୍‌ କ୍ଲାସ କରିପାରୁ ନାହାନ୍ତି। ଫଳରେ ଛାତ୍ରଛାତ୍ରୀ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଏପରି ସ୍ଥିତିରେ ସ୍କୁଲ ଖୋଲିବାକୁ ଅଭିଭାବକ ଓ ବୁଦ୍ଧିଜୀବୀ ଦାବି କରୁଥିଲେ। ଏବେ କରୋନାର କୋପ କମିବା ଯୋଗୁଁ ପର୍ଯ୍ୟାୟ କ୍ରମେ ଶିକ୍ଷାନୁଷ୍ଠାନ ଗୋଡ଼ିକୁ ରାଜ୍ୟ ସରକାର ଖୋଲୁଛନ୍ତି। ପୂର୍ବରୁ ନବମ, ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିଥିବା ବେଳେ ଏବେ ଅଷ୍ଟମ ଓ ଏକାଦଶ ଶ୍ରେଣୀ ଅଫ୍‌ଲାଇନ୍‌ରେ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରଥମରୁ ସପ୍ତମ ଶ୍ରେଣୀ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ । ପୂଜା ଛୁଟି ପରେ ସ୍ଥିତି ଭଲ ହୋଇଯିବ ଓ ଅନ୍ୟ କ୍ଲାସ ପାଇଁ ସ୍କୁଲ ଖୋଲିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking