40.1 C
Bhubaneswar
Thursday, April 25, 2024
Homeଓଡିଶାସ୍କୁଲରେ ଚାଲିପାରେ ଅଡ୍ ଇଭିନ୍ କ୍ଲାସ

ସ୍କୁଲରେ ଚାଲିପାରେ ଅଡ୍ ଇଭିନ୍ କ୍ଲାସ

ଭୁବନେଶ୍ୱର: ଏବେ ସମଗ୍ର ଦେଶରେ କରୋନା ଆତଙ୍କ ଚାଲିଥିବା ବେଳେ ଦେଶ ସମେତ ରାଜ୍ୟରେ ଏବେ ସବୁ ସ୍କୁଲ କଲେଜ ବନ୍ଦ ରହିଛି । ଫଳରେ ପିଲାଙ୍କ ପାଠ ପଢା ବ୍ୟାହତ ହୋଇଛି । ତେବେ ଆଗକୁ କିପରି ସ୍କୁଲରେ ପିଲାଙ୍କ ପାଠ ପଢା ଆରମ୍ଭ କରାଯିବ, ସେଥିନେଇ ନୂଆ ଗାଇଡ ଲାଇନ ପ୍ରସ୍ତୁତ କରାଯାଉଛି । ତେବେ ବର୍ତମାନ ମିଳିଥିବା ସୂଚନା ଅନୁଯାୟୀ, ସବୁ ସ୍କୁଲରେ ଖୁବ ଶୀଘ୍ର ଅଡ୍ ଇଭିନ୍ ରୋଲ୍ ନମ୍ବର ଫର୍ମୁଲାକୁ ନେଇ କ୍ଲାସ ଆରମ୍ଭ କରାଯାଇପାରେ ବୋଲି ସୂଚନା ମିଳିଛି । ଅର୍ଥାତ ୫୦ ପ୍ରତିଶତ ପିଲାଙ୍କୁ ନେଇ କ୍ଲାସ ଆରମ୍ଭ କରିବାକୁ ଯୋଜନା ପ୍ରସ୍ତୁତ କରାଯାଉଛି । ଲକ ଡାଉନ ପାଇଁ ଶିକ୍ଷାଦାନ ଯେପରି ପ୍ରଭାବିତ ନହେଉ ସେଥିପାଇଁ କେନ୍ଦ୍ର ସରକାରଙ୍କର ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଉଛି । କେନ୍ଦ୍ର ମାନବ ସମ୍ବଳ ସମନ୍ତ୍ରାଳୟ ଓ ଏନସିଆରଟି ପକ୍ଷରୁ ଯୋଜନା ଚାଲିଛି । ଏନେଇ ଏନସିଇଆରଟି ନିର୍ଦ୍ଦେଶକ ହୃଷିକେଶ ସେନାପତି ସୂଚନା ପ୍ରଦାନ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking