39.2 C
Bhubaneswar
Thursday, April 18, 2024
Homeଓଡିଶାପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ଦରମା ନ ପାଇ ହନ୍ତସନ୍ତ

ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ଦରମା ନ ପାଇ ହନ୍ତସନ୍ତ

ଜଗତସିଂହପୁର:(ପ୍ରତାପ କୁମାର ସିଂହ) ସମଗ୍ର ବିଶ୍ୱ କରୋନା ମହାମାରିରେ ଆକ୍ରାନ୍ତ ଓ ଓଡିଶା ମଧ୍ୟ ଏଭଳି ବିପଦପୂର୍ଣ ପରିସ୍ଥିତି ଦେଇ ଗତି କରୁଛି ଏଣୁ ଏଭଳି ପରିସ୍ଥିତିକୁ ସାମ୍ନା କରିବାକୁ ରାଜ୍ୟ ସରକାର ଯୁଧ୍ୟକାଳୀନ ଭିତ୍ତିରେ  ବିଭିନ୍ନ ପଦକ୍ଷେପ ଆଗୁଆ ନେଉଛନ୍ତି । ସେଥି ମଧ୍ୟରୁ ସମସ୍ତ ସରକାରୀ କର୍ମଚାରୀମାନଙ୍କ ଦରମା  ୯ ଏପ୍ରିଲ ମଧ୍ୟରେ ତୁରନ୍ତ ପ୍ରଦାନ କରିବାକୁ ନିର୍ଦେଶ ଦେଇଥିଲେ କିନ୍ତୁ ଜଗତସିଂହପୁର ବ୍ଲକ ଶିକ୍ଷା କାର୍ଯ୍ୟାଳୟ  ସରକାରଙ୍କ ନିର୍ଦେଶଠାରୁ ବହୁ ଉର୍ଦ୍ଧରେ । ସରକାରଙ୍କ ନିର୍ଦେଶ ଅନୁଯାୟୀ ସମସ୍ତ ସରକାରୀ କର୍ମଚାରୀଙ୍କୁ ୯ ଏପ୍ରିଲ ମଧ୍ୟରେ ଦରମା ପ୍ରଦାନ କରିବାକୁ ଥଲାବେଳେ କିନ୍ତୁ ଅତି ଦୁର୍ଭାଗ୍ୟର ବିଷୟ ଜଗତସିଂହପୁର ସଦରମହକୁମା ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଭୂକ୍ତରେ ଥିବା କର୍ମଚାରୀ ଓ ପ୍ରାଥମିକ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ଆଜି ୧୦ ତାରିଖ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଦରମା ପ୍ରଦାନ କରାଯାଇ ନାହିଁ  ଯେଉଁଠି ଜଗତସିଂହପୁର ଜିଲ୍ଲାର ଅନ୍ୟ ସମସ୍ତ ବ୍ଲକ ଶିକ୍ଷା କାର୍ଯ୍ୟଳୟ ଓ ଜିଲ୍ଲା ମୁଖ୍ୟ ଶିକ୍ଷା କାର୍ଯ୍ୟଳୟ ଅନ୍ତର୍ଭୂକ୍ତ ସମସ୍ତ କର୍ମଚାରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଦରମା ପ୍ରଦାନ କରାଯାଇସାରିଲାଣି । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଲଗଡାଉନ ସମୟରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ଘରୁ ବାହାରି ନ ପାରି ନିଜର ଏହି ଦୁର୍ଦ୍ଦଶାକୁ କୌଣସି ପ୍ରଶାସନିକ ଅଧିକାରୀମାନଙ୍କୁ ମଧ୍ୟ ଜଣାଇ ପାରୁ ନାହାନ୍ତି ।
ଏ ସଂକ୍ରାନ୍ତରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ଅଭିଯୋଗ କଲାରୁ ଚିରାଚରିତ ଢଙ୍ଗରେ ଗୋଟିଏ ଉତ୍ତର ଯେ ନେଟୱାର୍କ ଅସୁବିଧା ଯୋଗୁ ଦରମା ହୋଇପାରୁ ନାହିଁ ଯାହାକି ସମ୍ପୂର୍ଣ ମିଥ୍ୟା ଅଟେ କାରଣ ଯେଉଁଠି ଜିଲ୍ଲାର ସମସ୍ତ ୭ ଟି ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଓ ଜିଲ୍ଲା ଶିକ୍ଷା ମୁଖ୍ୟ କାର୍ଯ୍ୟାଳୟରେ କୌଣସି ଅସୁବିଧା ନ ଥାଇ ଦରମା ହୋଇପାରିଛି କିନ୍ତୁ ଜଗତସିଂହପୁର ସଦର ବ୍ଲକ ଶିକ୍ଷା କାର୍ଯ୍ୟଳୟରେ ଦରମା ହୋଇପାରୁନାହିଁ ।
ଏହି ସଂକ୍ରାନ୍ତରେ ଜଗତସିଂହପୁର ବ୍ଲକ ଶିକ୍ଷା ଅଧିକାରୀଙ୍କୁ ପଚାରିବାରୁ ସେ କୌଣସି ସନ୍ତୋଷଜନକ ଉତ୍ତର ନ ଦେଇପାରି କହିଲେ ଯେ ସାମାଜିକ ଦୂରତ୍ୱ ଯୋଗୁ କର୍ମଚାରୀମାନେ ଆସି ନ ପାରିବାରୁ ଦରମା ହୋଇପାରୁନାହିଁ କିନ୍ତୁ ଅତି ଆଚମ୍ବିତ କଥା ସାମାଜିକ ଦୂରତ୍ୱ ଚାଲିଥିବାରୁ କଣ କୌଣସି ଅତ୍ୟାବଶ୍ୟକ ସରକାରୀ କାର୍ଯ୍ୟ ବନ୍ଦ ହୋଇଯିବ । ତାହେଲେ ସରକାରଙ୍କ  ନିର୍ଦେଶ  ୯ ଏପ୍ରିଲ ମଧ୍ୟରେ ଦରମା ଦେବାକୁ କଣ ପାଇଁ ଥିଲା । ଏବଂ ଅନ୍ୟ ସମସ୍ତ ୭ ଟି ବ୍ଲକ ଶିକ୍ଷା କାର୍ଯ୍ୟଳୟ ଓ ଜିଲ୍ଲା ମୁଖ୍ୟ ଶିକ୍ଷା କାର୍ଯ୍ୟଳୟ ପୁଣି ଦରମା କିପରି କଲେ ?

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking