27.1 C
Bhubaneswar
Friday, March 29, 2024
Homeଓଡିଶାମୋବାଇଲ ଦେଖିବାକୁ ମନା କରିବାରୁ ରଶି ଲଗାଇ ଆତ୍ମହତ୍ୟା

ମୋବାଇଲ ଦେଖିବାକୁ ମନା କରିବାରୁ ରଶି ଲଗାଇ ଆତ୍ମହତ୍ୟା

ବାସୁଦେବପୁର:ବାସୁଦେବପୁର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗତ କିଛିଦିନ ଜଣେ ଛାତ୍ରକୁ ତା’ର ଭଉଣୀ ସ୍କୁଲ ଯିବା ପାଇଁ କହିବାରୁ ଛାତ୍ର ଜଣକ ଦେହରେ କିରୋସିନି ଢାଳି ଆତ୍ମହତ୍ୟା କରିଥିଲା । ସେହିଭଳି ଏକ ଘଟଣା ନାୟକାଣିଡିହି ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି । ନବମ ଶ୍ରେଣୀରେ ପଢୁଥିବା ଜଣେ ୧୪ବର୍ଷ ବାଳକ ଏଭଳି ଅଭାବନୀୟ କାଣ୍ଡ ଘଟାଇଥିବା ଜଣାପଡିଛି । ଛାତ୍ର ଜଣକ ପାଠ ନପଢି ମୋବାଇଲ ଦେଖୁଥିଲେ । ସେନେଇ ତାଙ୍କ ମା’ ଗାଳି କରିବାରୁ ଛାତ୍ର ଜଣକ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଏନେଇ ପୋଲିସକୁ ଖବର ଦିଆଯାଇଥିଲା । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାତ୍ର ଜଣକୁ ଉଦ୍ଧାର କରିବା ପରେ ମେଡିକାଲକୁ ପଠାଯାଇଥିଲା । ସେଠାରେ ଡାକ୍ତର ଛାତ୍ରକୁ ମୃତ ଘୋଷଣା କରିଥଲେ । ତେବେ ଛୋଟ ପିଲାଙ୍କ ମନରେ କି’ଭଳି ଏହି ସବୁ ଖରାପ ଚିନ୍ତାଧାରା ଆସୁଛି ସେନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି ।
https://onakhabar.com/2019/12/23/murder-and-suicide-case/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking