39.8 C
Bhubaneswar
Thursday, April 18, 2024
Homeଓଡିଶାସମସ୍ୟାରେ ପେଟଛେଲା ବିଦ୍ୟାଳୟ : ବାରଣ୍ଡାରେ ଛାତ୍ରଛାତ୍ରୀ

ସମସ୍ୟାରେ ପେଟଛେଲା ବିଦ୍ୟାଳୟ : ବାରଣ୍ଡାରେ ଛାତ୍ରଛାତ୍ରୀ

ମହାକାଳପଡ଼ା : ମହାକାଳପଡ଼ା ବ୍ଲକ ପେଟଛେଲା ପ୍ରକଳ୍ପ ଉନ୍ନିତ ଉଚ୍ଚପ୍ରାଥମିକ ବିଦ୍ୟାଳୟ ନାନା ସମସ୍ୟା ଦେଇ ଗତି କରୁଛି । ଏହି ବିଦ୍ୟାଳୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ୧୩୩ ଜଣ ଛାତ୍ର ଅଧ୍ୟୟନ କରନ୍ତି । ଶିକ୍ଷାଦାନ କରିବାକୁ ୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅଛନ୍ତି । କିନ୍ତୁ ଶ୍ରେଣୀଗୃହର ଅଭାବ ଦେଖାଦେଇଛି । ୮ଟି ଶ୍ରେଣୀକୁ ଛାତ୍ରଛାତ୍ରୀଙ୍କ ପାଇଁ ମାତ୍ର ୩ଟି ଶ୍ରେଣୀଗୃହ ରହିଛି । ତିନୋଟି ଶ୍ରେଣୀଗୃହରେ ଚତୁର୍ଥ ପଞ୍ଚମ, ଷଷ୍ଠ, ସପ୍ତମ, ଅଷ୍ଟମ ପଢ଼ୁଥିବା ବେଳେ ପ୍ରଥମ ଦ୍ୱିତୀୟ ତୃତୀୟ ଶ୍ରେଣୀ ପିଲା ବାରଣ୍ଡାରେ ବସି ପଢ଼ୁଛନ୍ତି । ଯାହା ପାଇଁ ଛାତ୍ରଛାତ୍ରୀମାନେ ଶୀତ ଓ ବର୍ଷା ଦିନେ ଖୁବ୍ ସମସ୍ୟା ଭୋଗୁଛନ୍ତି । ଶୀତଦିନେ କୋହଲା ପବନ ବାଜି ବାରଣ୍ଡାରେ ପଢ଼ୁଥିବା ପିଲାମାନେ ଶୀତରେ ଥରୁଛନ୍ତି । ସେହିପରି ବର୍ଷା ଦିନ ଆସିଲେ ବାରଣ୍ଡାରେ ପଢ଼ୁଥିବା ପିଲାମାନଙ୍କ ପାଠପଢ଼ା ଠପ୍ ହୋଇଯାଏ । ସର୍ବଶିକ୍ଷା ଅଭିଯାନରେ କୋମଳମତି ଛାତ୍ରଛାତ୍ରୀମାନଙ୍କ ପାଇଁ ସରକାର ବିଭିନ୍ନ ଯୋଜନା ଓ ଡିଣ୍ଡିମ ପିଟୁଥିବା ବେଳେ ପେଟଛେଲା ପ୍ରକଳ୍ପ ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରତି ସରକାରଙ୍କର କେମିତି ଦୃଷ୍ଟି ପଡ଼ୁନି । ଏହି ବିଦ୍ୟାଳୟଟି ୧୯୭୧ ମସିହାରୁ ତିଆରି ହୋଇଛି । ଉକ୍ତ ବିଦ୍ୟାଳୟ ପରିସରରେ ମହାବାତ୍ୟା ପରେ ପରେ କର୍ଣ୍ଣାଟକ ସରକାରଙ୍କ ଅନୁଦାନରେ ଏକ ଶ୍ରେଣୀଗୃହ ନିର୍ମାଣ କରାଯାଇଥିଲା । କିନ୍ତୁ ତାହା ଏବେ ଅସୁରକ୍ଷିତ ହୋଇପଡ଼ିଛି । ସେଥିରୁ ଖଣ୍ଡ ଖଣ୍ଡ ହୋଇ ପ୍ଲାଷ୍ଟର ଖସୁଛି । କେତେବେଳେ ଯେ, କ’ଣ ଦୁର୍ଘଟଣା ଘଟିବ ତାହା ଭଗବାନଙ୍କୁ ଜଣା । ଏହି ଶ୍ରେଣୀଗୃହରେ ଆଜକୁ ଦୁଇବର୍ଷ ହେବ ଆଉ ପାଠପଢ଼ା ଯାଉନାହିଁ । ଶତାଧିକ ଛାତ୍ରଛାତ୍ରୀ ସ୍କୁଲ ପରିସରରେ ଯାତାୟତ କରୁଥିବା ବେଳେ ଏହି ଅସୁରକ୍ଷିତ କୋଠଘରଟି କେମିତି ରହିଛି । ତୁରନ୍ତ ଏହି ଅସୁରକ୍ଷିତ ଗୃହକୁ ସ୍କୁଲ ପରିସରରୁ ହଟାଯିବାକୁ ସ୍କୁଲ ପରିଚାଳନା କମିଟି ଓ ଅଭିଭାବକମାନଙ୍କ ତରଫରୁ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଜଣାଯାଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଶିକ୍ଷା ବିଭାଗ ନେଉନାହିଁ । ଯାହା ପାଇଁ ଛାତ୍ରଛାତ୍ରୀ ଏବେ ଅସୁରକ୍ଷିତ ଅବସ୍ଥାରେ ଯାତାୟତ କରୁଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking