39.2 C
Bhubaneswar
Thursday, April 18, 2024
Homeଓଡିଶାସମସ୍ୟାଘେରରେ ଅଛୁତପୁର ପ୍ରାଥମିକ ସ୍କୁଲ

ସମସ୍ୟାଘେରରେ ଅଛୁତପୁର ପ୍ରାଥମିକ ସ୍କୁଲ

ମାହାଙ୍ଗା : ମାହାଙ୍ଗା ବ୍ଲକ୍ ଅନ୍ତର୍ଗତ ନାହାଙ୍ଗ ପଞ୍ଚାୟତସ୍ଥିତ ଅଛୁତପୁର ଗ୍ରାମରେ ଶିକ୍ଷାର ବିକାଶ କରିବା ନିମନ୍ତେ ଅଛୁତପୁର କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ୧୯୫୩ ମସିହାରେ ପ୍ରତିଷ୍ଠା କରାଯାଇଥିଲା । ଏହି ବିଦ୍ୟାଳୟର ପରିଚାଳନା ଦାୟିତ୍ୱ ଶିକ୍ଷାବିଭାଗ ହାତରେ ଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ ଏହାର ବହୁ ମୌଳିକ ସମସ୍ୟାର ସମାଧାନ ହୋଇପାରିନାହିଁ । ଏହି ବିଦ୍ୟାଳୟରେ ଏବେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୭୭ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଏଠାରେ ଶିକ୍ଷାଦାନ ନିମନ୍ତେ ୨ଜଣ ଶିକ୍ଷକ ରହିଥିବାସ୍ଥଳେ ଜଣେ ଶିକ୍ଷକ ପଦବୀ ଖାଲି ପଡ଼ିଛି । ବିଶେଷକରି ଏହି ବିଦ୍ୟାଳୟ ପରିସରର ଗେଟ୍ ଏବଂ ପ୍ରାଚୀର ନଥିବାରୁ ଅବାଧରେ ଗାଈଗୋରୁମାନେ ଏହା ମଧ୍ୟକୁ ପ୍ରବେଶ କରୁଛନ୍ତି । ଏଥିସହ ରାତିରେ ଓ ଛୁଟି ଦିନରେ ଏଠାରେ ଅସାମାଜିକ ଯୁବକମାନେ ଆଡ୍ଡା ଜମାଉଛନ୍ତି । ଫଳରେ ବିଦ୍ୟାଳୟରେନାନା ସମସ୍ୟା ଉପୁଜୁଛି । ବର୍ଷାଦିନେ ବିଦ୍ୟାଳୟ ପରିସରରେ ପାଣି ଜମିରହୁଛି । ଡ୍ରେନେଜ୍ ବ୍ୟବସ୍ଥା ନଥିବାରୁ ବର୍ଷାପାଣି ନିଷ୍କାସିତ ହୋଇପାରୁନାହିଁ । ଫଳରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ଯାତାୟତରେ ନାନା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ସେହିଭଳି ବିଦ୍ୟାଳୟ ଭିତ୍ତିଭୂମିର ବିକାଶ ପାଇଁ ଶିକ୍ଷାବିଭାଗ ପକ୍ଷରୁ ଆବଶ୍ୟକ ଆର୍ଥିକ ସହାୟତା ପ୍ରଦାନ କରାଯାଉ ନଥିବାରୁ ଛାତ୍ରଛାତ୍ରୀମାନେ ନାନା ସମସ୍ୟାର ସମନା କରୁଛନ୍ତି । ତେବେ ଉକ୍ତ ବିଦ୍ୟାଳୟରେ ଥିବା ବିଭିନ୍ନ ସମସ୍ୟାର ତୁରନ୍ତ ସମାଧାନ ନିମନ୍ତେ ଛାତ୍ରାଭିଭାବକ ଓ ସ୍ଥାନୀୟ ଜନସାଧାରଣ ପ୍ରଶାସନ ନିକଟରେ ଦାବି କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking