ଆସନ୍ତାକାଲି ମାଟ୍ରିକ ଖାତା ଦେଖା ନିଷ୍ପତ୍ତି

ଭୁବନେଶ୍ୱର: ଲକ ଡାଉନ ପାଇଁ ଏବେ ମାଟ୍ରିକ ଖାତା ଦେଖା ବନ୍ଦ ରହିଛି । ମାତ୍ର ଆସନ୍ତା କାଲି ଏନେଇ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି । ଆସନ୍ତାକାଲି ହେବ ମାଟ୍ରିକ ଖାତା ଦେଖା ନିଷ୍ପତ୍ତି ନିଆଯିବ । ବିଭାଗୀୟ ଅଧିକାରୀଙ୍କ ସହ ବୈଠକ ପରେ ମାଟ୍ରିକ ଖାତା ଦେଖା ନେଇ ନିଷ୍ପତ୍ତି ନିଆଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ଆଜି ସୂଚନା ଦେଇଛନ୍ତି । ଏହାପରେ ସ୍କୁଲରେ ଅଡ୍ ଇଭିନ କ୍ଲାସ ହେବା ନେଇ ମନ୍ତ୍ରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଲକ ଡାଉନ ପରେ ସ୍କୁଲ ଖୋଲିରେ ଏନେଇ ନିଷ୍ପତ୍ତି ନିଆଯିବ । ଏହାକୁ ବାଦ୍ ଦେଲେ ଆଦର୍ଶ ବିଦ୍ୟାଳୟ ଗୁଡିକର ଶିକ୍ଷାଦାନ ନେଇ ମଧ୍ୟ ଭିଡିଓ କନଫରେନ୍ସିଂ ଜରିଆରେ ମନ୍ତ୍ରୀ ଶ୍ରୀ ଦାସ ସମୀକ୍ଷା କରିଛନ୍ତି । ରାଜ୍ୟର ସମସ୍ତ ୨୧୪ ଆଦର୍ଶ ସ୍କୁଲରେ ୫୯ ହଜାର ଛାତ୍ରଛାତ୍ରୀ ପଢୁଛନ୍ତି । ଏବେ ସ୍କୁଲ ବନ୍ଦ ଥିଲେ ମଧ୍ୟ ପାଠପଢା ବନ୍ଦ ହୋଇନଥିବା ସେ କହିଛନ୍ତି । ଦିନକୁ ୩ଟି କ୍ଲାସ କରି ୭୦ ପ୍ରତିଶତ ପାଠପଢା ଅନ ଲାଇନରେ ହେଉଛି ବୋଲି ସେ କହିଛନ୍ତି ।