27.8 C
Bhubaneswar
Wednesday, April 17, 2024
Homeଓଡିଶାଅଧିଷ୍ଠାତ୍ରୀ ଦେବି ମା ବିରଜା ପୀଠରେ ପୂଜା ପର୍ଦ୍ଧିତର ବିଭିନ୍ନ କାର୍ଯ୍ୟ ନିର୍ଘଣ୍ଟ

ଅଧିଷ୍ଠାତ୍ରୀ ଦେବି ମା ବିରଜା ପୀଠରେ ପୂଜା ପର୍ଦ୍ଧିତର ବିଭିନ୍ନ କାର୍ଯ୍ୟ ନିର୍ଘଣ୍ଟ

ଯାଜପୁର : ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଶାରଦୀୟ ଦୁର୍ଗୋତ୍ସବ ତଥା ମୁଖ୍ୟ ପର୍ବୋତ୍ସବର ବିଭିନ୍ନ କାର୍ଯ୍ୟ ନିର୍ଘଣ୍ଟ ଚୂଡାନ୍ତ ହୋଇଚ୍ଥି । ସେପ୍ଟେମ୍ୱର ୧୭ ତାରିଖ ମୂଳାଷ୍ଟମୀ ଦିନ ମା’ ବିରଜାଙ୍କ ଘଟ ନିମଜ୍ଜନ, ରାତ୍ର ଘ. ୮.୩୫ ମିନିଟ ଗତେ ମହାସ୍ନାନ ଓ ସିଂହାସନେ, ଯଜ୍ଞ ମଣ୍ଡପେ ଷୋଡଶୋପଚାର ପୂଜାରମ୍ଭ । ସେପ୍ଟେମ୍ୱର ୧୮ ରୁ ୨୪ ତାରିଖ ସିଂହାସନେ ପ୍ରତିଦିନ ନିତ୍ୟପୂଜା, ଦିବା ୧୧ ଘଟିକା ଠାରୁ ଷୋଡଶୋପଚାର ପୂଜା ଏବଂ ପୂର୍ବବତ୍ ସିଂହାସନେ, ଯଜ୍ଞ ମଣ୍ଡପେ ଊପଚାର ପୂଜା ରାତ୍ର ୮ ଘଟିକାରୁ । ସେପ୍ଟେମ୍ୱର ୨୫ ତାରିଖରେ ସିଂହଧ୍ୱଜ ରଥାଧିବାସ ରାତ୍ର ଘ. ୧୧.୫୯ ମିନିଟ୍ ପରେ । ସେପ୍ଟେମ୍ୱର ୨୬ ତାରିଖରେ ମହାଳୟ ଅମାବାସ୍ୟା, ସିଂହଧ୍ୱଜ ରଥ ପ୍ରତିଷ୍ଠା । ସେପ୍ଟେମ୍ୱର ୨୭ ଓ ୨୮ ତାରିଖରେ ରଥପାଇଁ ନିତ୍ୟ ପୂଜା ଓ ରଥଟଣା ଅପରାହ୍ନ ୪ ଘଟିକା ଠାରୁ ।

ସେପ୍ଟେମ୍ୱର ୨୯ ତାରିଖରେ ପଂଚମୀ, ମହାସ୍ନାନ ରାତ୍ର ୧୨.୨୯ ମିନିଟ୍ ଏବଂ ତତ୍‌ପରେ ସୁନାବେଶ । ରାତ୍ରରେ ଯଜ୍ଞ କାର୍ଯ୍ୟ ଆରମ୍ଭ । ଅକ୍ଟୋବର ୨ ତାରିଖରେ ମହାଷ୍ଟମୀ ବିହିତ ମହାସ୍ନାନ ରାତ୍ର ୦୮.୦୫ ମିନିଟ୍ ପରେ । ମହାଷ୍ଟମୀ ପଜାନ୍ତେ ହୋମ, ଯଜ୍ଞ ପୂର୍ଣ୍ଣାହୁତି । ଅକ୍ଟୋବର ୩ ତାରିଖରେ ମହାନବମୀ ଏବଂ ଅପରାହ୍ନ ୪ ଘଟିକା ଠାରୁ ରଥଟଣା । ଦେବୀ ବିରଜାଙ୍କ ରଥାବତରଣ ଓ ଲାଖବିନ୍ଧାପ୍ରାନ୍ତରକୁ ଯାତ୍ରା ରାତ୍ରି ଘ. ୧୧.୦୨ ମିନିଟ୍ ପରେ । ଅକ୍ଟୋବର ୪ ତାରିଖ ବିଜୟା ଦଶମୀରେ ଦେବୀଙ୍କ ଦଶମୀବିହିତ ପୂଜା, ଅପରାଜିତା ପୂଜା ଓ ଘଟ ବିସର୍ଜନ ରାତ୍ର ଘ. ୭.୫୧ ମିନିଟ ପରେ ଅନୁଷ୍ଠିତ ହେବ । ଅକ୍ଟୋବର ୯ ତାରିଖ କୁମାର ପୂର୍ଣ୍ଣମୀ ଏବଂ ମା ବିରଜାଦେବୀଙ୍କ ଅକ୍ଷକ୍ରୀଡା ସନ୍ଧ୍ୟା ଘ. ୭.୪୫ ମିନିଟ୍ ପରେ ଅନୁଷ୍ଠିତ ହେବ ବୋଲି ବିରଜା ମନ୍ଦିରର ମୁଖ୍ୟ ପରିଚାଳକ ତଥା ଊପ-ଜିଲ୍ଲାପାଳ ଗୋପୀନାଥ କୁଅଁର ଓ ମୁଖ୍ୟ ପୁରୋଧା ହିମାଂଶୁ ଶେଖର ପତିମିଶ୍ର, ଆଚାର୍ଯ୍ୟ ଜ୍ଞାନ ରଂଜନ ପତି ସୂଚନା ଦେଇଚ୍ଥନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking