37.2 C
Bhubaneswar
Friday, April 19, 2024
Homeଓଡିଶାଏସ୍‌ସିବିରେ ହେବ ନୂଆ ବ୍ୟବସ୍ଥା: ମାସେ ପର୍ଯ୍ୟନ୍ତ ରହିବ ଟିକଟ୍ ବୈଧତା

ଏସ୍‌ସିବିରେ ହେବ ନୂଆ ବ୍ୟବସ୍ଥା: ମାସେ ପର୍ଯ୍ୟନ୍ତ ରହିବ ଟିକଟ୍ ବୈଧତା

କଟକ: ଦିନକୁ ଦିନ ସମସ୍ତ ମେଡିକାଲ ଉନ୍ନତି ହେବା ସହ ନୂଆ ନୂଆ ବ୍ୟବସ୍ଥା ମଧ୍ୟ କରାଯାଉଛି । ତେବେ କଟକ ଏସ୍‌ସିବି ମେଡିକାଲ ମଧ୍ୟ କିଛି ନୂଆ ବ୍ୟବସ୍ଥା କରିବାକୁ ଯାଉଛି । ଏହା ସହ ରୋଗୀଙ୍କ ପାଇଁ ସବୁପ୍ରକାର ସୁବିଧା ଯୋଗାଇ ହେଉଛି । ଏସସିବିରେ ଆଗକୁ ଲାଗୁ ହେବାକୁ ଯାଉଛି ନୂଆ ବ୍ୟବସ୍ଥା । ସବୁ ବିଭାଗ ପାଇଁ ଅଲଗା ଅଲଗା ଟିକଟ୍ କାଟିବାକୁ ପଡ଼ିବନି । ଓପିଡି ପାଇଁ ଗୋଟିଏ ଟିକଟ୍ କାଟିଲେ ରୋଗୀ ସବୁ ବିଭାଗରେ ଏହି ଟିକଟ୍ ଦେଖାଇ ଡାକ୍ତରଙ୍କ ପରାମର୍ଶ ନେଇପାରିବେ । କେବଳ ସେତିକି ନୁହେଁ, ଉକ୍ତ ଟିକଟ୍ର ବୈଧତା ମଧ୍ୟ ଏକମାସ ରହିବ । ଯାହାଫଳରେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ରୋଗୀମାନେ ପରବର୍ତ୍ତୀ ଚିକିତ୍ସା ପାଇଁ ୭ଦିନ ବା ୧୫ଦିନ ପରେ ଆସିଲେ ସେଥିପାଇଁ ଆଉ ଥରେ ଟିକଟ୍ କାଟିବାକୁ ପଡ଼ିବ ନାହିଁ । ମାସେ ପର‌୍ୟ୍ୟନ୍ତ ସେହି ପୁରୁଣା ଟିକଟ୍ରେ ରୋଗୀ ଡାକ୍ତରଙ୍କୁ ଦେଖାଇ ପରାମର୍ଶ ନେଇ ପାରିବେ । ଏହି ନୂଆ ବ୍ୟବସ୍ଥା ଖୁବ୍ଶୀଘ୍ର ଏସ୍ସିବିରେ ଆରମ୍ଭ କରାଯିବ ବୋଲି ଅଧୀକ୍ଷକ ପ୍ରଫେସର ଡାକ୍ତର ସରୋଜ କାନ୍ତ ସାହୁ ସୂଚନା ଦେଇଛନ୍ତି । ଏ ସଂପର୍କରେ ପ୍ରସ୍ତାବ ଡିଏମ୍ଇଟିଙ୍କ ପାଖକୁ ଯାଇଛି, ସେଠାରୁ ମଂଜୁରୀ ମିଳିବା ପରେ ଏହାକୁ ଏସ୍ସିବିରେ କାର‌୍ୟ୍ୟକାରୀ କରାଯିବ ବୋଲି ସୂଚନା ମିଳିଛି ।
https://onakhabar.com/2020/02/26/naveen-pattnaik-again-bjd-president/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking