43 C
Bhubaneswar
Tuesday, April 16, 2024
Homeଓଡିଶାଇତିହାସ ରଚିଲା ଏସସିବି ମେଡିକାଲ: ପ୍ରଥମଥର ପାଇଁ ବ୍ଲାକ ଫଙ୍ଗସ ପ୍ଲାଷ୍ଟିକ ସର୍ଜରି ସଫଳ

ଇତିହାସ ରଚିଲା ଏସସିବି ମେଡିକାଲ: ପ୍ରଥମଥର ପାଇଁ ବ୍ଲାକ ଫଙ୍ଗସ ପ୍ଲାଷ୍ଟିକ ସର୍ଜରି ସଫଳ

କଟକ: ଓଡିଶା ଇତିହାସରେ ପ୍ରଥମ ଥର ପାଇଁ କଟକର ଏସସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ସଫଳ ହୋଇଛି ବ୍ଲାକ ଫଙ୍ଗସ ପ୍ଲାଷ୍ଟିକ ସର୍ଜରି । ବ୍ରହ୍ମପୁରୁର ଏମ୍.ମେନକା ମାରାତ୍ମକ ରୋଗ ବ୍ଲାକ୍ ଫଙ୍ଗସର ଶିକାର ହୋଇଥିଲେ । ଫଳରେ ସେ ତାଙ୍କର ମାଢି ଓ ଦାନ୍ତକୁ ହରାଇ ଏକ ପ୍ରକାର ଭିନ୍ନକ୍ଷମ ହୋଇପଡିଥିଲେ । ଯାହାର ବର୍ତ୍ତମାନ ସଫଳ ଅସ୍ତ୍ରୋପଚାର କରାଯାଇ ନୂତନ ମାଢି ପ୍ରତ୍ୟାରୋପଣ ହୋଇଛି । ତେବେ ଏହି ଅସ୍ତ୍ରୋପଚାର କଟକ ଏସସିବି ମେଡିକାଲର ପ୍ଲାଷ୍ଟିକ ସର୍ଜରି ବିଭାଗ ପକ୍ଷରୁ କରାଯାଉଛି । ଏବଂ ତାଙ୍କର ଦ୍ୱିତୀୟ ଅସ୍ତ୍ରୋପଚାର ୩ମାସ ପରେ ହେବ ବୋଲି ବିଭାଗୀୟ ମୁଖ୍ୟ ଡାକ୍ତର ବିଭୂତି ଭୂଷଣ ନାୟକ ସୂଚନା ଦେଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ୨୦୨୧ ମସିହାରେ ମେନକା ମହାମାରୀ କରୋନାର ଦ୍ୱିତୀୟ ଲହରରେ ଆକ୍ରାନ୍ତ ହୋଇଥିଲେ । ଏଥିରୁ ସେ ସୁସ୍ଥ ହେବାପରେ ବ୍ଲାକ ଫଙ୍ଗସ ପରି ମାରାତ୍ମମକ ରୋଗର ଶିକାର ହୋଇଥିଲେ । ଫଳରେ ତାଙ୍କର ଉପର ମାଢି ଓ ଦାନ୍ତ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଯାହା ଫଳରେ ସେ କଥା କହିବା ଓ ଖାଇବାରେ ବହୁ ଅସୁବିଧାର ସମ୍ମୁଖୀନ ହେବା ସହ ଯନ୍ତ୍ରଣାରେ ଛଟପଟ ହେଉଥିଲେ । ଏହାପରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ତାଙ୍କର ପ୍ରଥମ ଅସ୍ତ୍ରୋପଚାର କରାଯାଇ ତାଙ୍କ ଉପର ମାଢିକୁ କଟାଯାଇଥିଲା । ଯାହାଫଳରେ ସେ ଖାଉଥିବା ତରଳ ଖାଦ୍ୟ ତାଙ୍କ ପାଟିବାଟେ ଯାଇ ନାକ ବାଟେ ବାହାରି ଆସୁଥିଲା । ଏହାପରେ ତାଙ୍କୁ ଗତ ମାସ ଜୁଲାଇ ୫ ରେ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲାଏବଂ ଜୁଲାଇ ୧୮ ତାରିଖରେ ତାଙ୍କର ଉପର ମାଢି ପ୍ରତ୍ୟାରୋପଣ କରାଯାଇଥିଲା ।

ତେବେ ସର୍ଜରୀ ବିଭାଗର ମୁଖ୍ୟ ଡାକ୍ତର ବିଭୂତି ଭୂଷଣ ନାୟକଙ୍କ ନେତୃତ୍ୱରେ ୪ ଜଣିଆ ଡାକ୍ତରୀ ଟିମ୍ ଦୀର୍ଘ ୭ ଘଣ୍ଟା ଧରି ଏହି କଠିନ ଅସ୍ତ୍ରୋପଚାର କରିଥିଲେ । ଯାହାକି ଓଡିଶା ଇତିହାସରେ ପ୍ରଥମ । ତେବେ ବର୍ତ୍ତମାନରୋଗୀଙ୍କ ସ୍ୱାସ୍ଥ୍ୟବସ୍ତା ଭଲ ଥିବା ବେଳେ ୩ ମାସ ପରେ ତାଙ୍କର ଦ୍ୱିତୀୟ ଅସ୍ତ୍ରୋପଚାର କରାଯାଇ ଦାନ୍ତ ପ୍ରତ୍ୟାରୋପଣ କରାଯିବ ବୋଲି ଡାକ୍ତର କହିଛନ୍ତି । ଅପର ପକ୍ଷେ ନୂତନ ଜୀବନ ପାଇ ମେନକା ବେଶ୍ ଖୁସିଥିବା ଜଣାପଡିଛି ।

ବ୍ଲକ ଫଙ୍ଗସ ଏପରି ଏକ ଭୂତାଣୁ ଯାହା ଶରୀରର ଯେଉଁ ଭାଗରେ ହେବ ସେ ଭଗଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଏ । ତେବେ ଓଡିଶାରେ ଏହି ମାରାତ୍ମକ ରୋଗରେ ୧୫ରୁ ଅଧିକ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି । ତେବେ ଓଡିଶାରେ ପ୍ରଥମ ଥର ପାଇଁ ଏସସିବି ମେଡିକାଲରେ ଏହି ମାରାତ୍ମକ ରୋଗର ସଫଳ ଅସ୍ତ୍ରୋପଚାର ସହ ପ୍ରତ୍ୟାରୋପଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking