37.1 C
Bhubaneswar
Thursday, March 28, 2024
Homeଅପରାଧସୁପ୍ରିମକୋର୍ଟରୁ ଚିଦାମ୍ୱରମଙ୍କୁ ମିଳିଲା ଜାମିନ୍

ସୁପ୍ରିମକୋର୍ଟରୁ ଚିଦାମ୍ୱରମଙ୍କୁ ମିଳିଲା ଜାମିନ୍

ନୂଆଦିଲ୍ଲୀ: ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ୱରମଙ୍କୁ ଆଜି ମନି ଲଣ୍ଡରିଂ ମାମଲାର ଜାମିନ ମିଳିଛି | ସୁପ୍ରିମକୋର୍ଟ ଆଜି ଏହି ଜାମିନ ପ୍ରଦାନ କରିଛନ୍ତି। ବ୍ୟକ୍ତିଗତ ଭାବରେ ୨ ଲକ୍ଷ ଟଙ୍କାର ବେଲ ବଣ୍ଡ ଓ ଦୁଇ ଜଣ ଜାମିନଦାର ସମାନ ଟଙ୍କାର ବେଲ ବଣ୍ଡ ଭରିବା ପରେ ଜେଲରୁ ମୁକୁଳିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ୧୦୦ରୁ ଅଧିକ ଦିନ ତିହାର ଜେଲର ବିଚାର ବିଭାଗୀୟ ହେପାଜତରେ ରହିବା ପରେ ସେ ଜେଲରୁ ବାହାରିବାକୁ ଯାଉଛନ୍ତି।
ଜାମିନ ଦେବା ବେଳେ ସୁପ୍ରିମକୋର୍ଟ ମଧ୍ୟ କିଛି ସର୍ତ୍ତ ରଖିଛନ୍ତି, ସାକ୍ଷୀ ଓ ପ୍ରମାଣ ନଷ୍ଟ ନକରିବାକୁ ସୁପ୍ରିମକୋର୍ଟ ଚିଦାମ୍ୱରମଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏମିତିକି ଆଇଏନଏକ୍ସ ମିଡିଆ ଦୁର୍ନୀତି ପ୍ରସଙ୍ଗରେ ଚିଦାମ୍ୱରମ କୌଣସି ସାର୍ବଜନୀନ ମତ ଓ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇପାରିବେ ନାହିଁ। ବିନା କୋର୍ଟଙ୍କ ଅନୁମତିକ୍ରମେ ସେ ବିଦେଶ ଗସ୍ତ କରିପାରିବେ ନାହିଁ।
ଅଗଷ୍ଟ ୨୧ରେ ସିବିଆଇ ଦ୍ୱାରା ସେ ଏହି ଦୁର୍ନୀତି ମାମଲାରେ ପ୍ରଥମେ ଗିରଫ ହୋଇଥିଲେ। ଜେଲରେ ରହିବା ବେଳେ ଅକ୍ଚୋବରରେ ମନି ଲଣ୍ଡରିଂ ମାମଲାରେ ସେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଗିରଫ ହୋଇଥିଲେ। ଗତ ଗୁରୁବାର ସୁପ୍ରିମକୋର୍ଟ ଇଡି ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ।
ସୂଚନାଯୋଗ୍ୟ, ଆଇଏନଏକ୍ସ ମିଡିଆ ୨୦୦୭ରେ ୩୦୫ କୋଟି ଟଙ୍କାର ବିଦେଶୀ ପୁଞ୍ଜି ପାଇଥିଲା। ଏହି ଟଙ୍କା ବେଆଇନ ଉପାୟରେ ନିବେଶ ହୋଇଥିଲା। ପୁଞ୍ଜି ନିବେଶ ପାଇଁ ସରକାର ଏଫଆଇପିବି ବୋର୍ଡର ନିୟମରେ ହେରଫେର କରିଥିଲେ। ସେତେବେଳର ଅର୍ଥମନ୍ତ୍ରୀ ପି. ଚିଦାମ୍ୱରମଙ୍କ ନିର୍ଦ୍ଦେଶରେ ଏହି ହେରଫେର ହୋଇଥିଲା ବୋଲି ଅଭିଯୋଗ ରହିଥିଲା |

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking