30.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଶିଶୁଙ୍କ ଶିକ୍ଷା ପାଇଁ ମାସକୁ ୨ ହଜାର ଲେଖାଏଁ ଦେବାକୁ ସବୁ ରାଜ୍ୟକୁ ନିର୍ଦ୍ଦେଶ ଦେଲେ...

ଶିଶୁଙ୍କ ଶିକ୍ଷା ପାଇଁ ମାସକୁ ୨ ହଜାର ଲେଖାଏଁ ଦେବାକୁ ସବୁ ରାଜ୍ୟକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଚାଇଲ୍ଡ କେୟାର ଇନଷ୍ଟିଚ୍ୟୁସନ (ସିସିଆଇ)ରେ ଥିବା ସମସ୍ତ ପିଲାଙ୍କୁ ମାସିକ ୨ ହଜାର ଟଙ୍କା ଦେବା ପାଇଁ ଏବଂ କରୋନା ମହାମାରୀ ଭଳି ବିପପୂର୍ଣ୍ଣ ସମୟରେ ସେମାନଙ୍କ ପରିବାରକୁ ପୁନଃସ୍ଥାପିତ କରିବା ପାଇଁ ମଙ୍ଗଳବାର ସୁପ୍ରିମକୋର୍ଟ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି । ୩୦ ଦିନ ମଧ୍ୟରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଗୁଡିକର ସୁପାରିଶ ଆଧାରରେ ସିସିଆଇରେ ରହିଥିବା ପିଲାଙ୍କର ଅନଲାଇନ କ୍ଲାସ କରିବା ପାଇଁ ଆବଶ୍ୟକୀୟ ଭିତ୍ତିଭୂମି, ଉପକରଣ, ଯଥା ବହି ଏବଂ ଅନ୍ୟାନ୍ୟ ପଢା ଉପକରଣ ମଧ୍ୟ ସିସିଆଇକୁ ରାଜ୍ୟ ସରକାର ଯୋଗାଇଦେବାକୁ କୁହାଯାଇଛି । ଜଷ୍ଟିସ ଏଲ.ନାଗେଶ୍ୱର ରାଓ କହିଛନ୍ତି ଯେ, ସିସିଆଇରେ ପିଲାଙ୍କୁ ଉପଯୁକ୍ତ ଶିକ୍ଷାଦାନ ପାଇଁ ସେତିକି ଶିକ୍ଷକ ଥିବା ରାଜ୍ୟମାନେ ନିଶ୍ଚିତ କରାନ୍ତୁ । ଜଷ୍ଟିସ ହେମନ୍ତ ଗୁପ୍ତା ଓ ଅଜୟ ରଷ୍ଟୋଗି କହିଛନ୍ତି ଯେ, ଯେତେବେଳେ ମହାମାରୀ କରୋନା ଆରମ୍ଭ ହୋଇଥିଲା ସେତେବେଳେ ସିସିଆଇରେ ୨୨୭୫୧୮ ପିଲା ଥିଲେ ଏବଂ ୧୪୫୭୮୮ ନିଜ ପରିବାର ତଥା ଅଭିଭାବକଙ୍କ ସହ ପୁନଃସ୍ଥାପିତ ହୋଇଥିଲେ । ଏଥିରେ କୁହାଯାଇଛି ଯେ, ରାଜ୍ୟମାନେ ସେମାନଙ୍କ ଶିକ୍ଷା ପାଇଁ ମାସିକ ୨୦୦୦ ଟଙ୍କା ଦେବେ ଏବଂ ଶିଶୁଙ୍କ ପରିବାରର ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି ଏହି ପରିମାଣ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ସୁପାରିଶରେ ପ୍ରଦାନ କରାଯିବ । ଯେଉଁମାନେ ନିଜ ପରିବାର ସହ ପୁନଃସ୍ଥାପିତ ହୋଇସାରିଛନ୍ତି, ସେମାନଙ୍କୁ ଏହା ପ୍ରଦାନ କରାଯିବ ନାହିଁ । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଏନେଇ ସହଯୋଗ କରିବା ସହ ତଦାରଖ କରିବାକୁ ପରାମର୍ଶ ଦିଆଯାଇଛି । ଏନେଇ ଡିଷ୍ଟ୍ରିକ୍ଟ ଲିଗାଲ ସର୍ଭିସେସ ଅଥରିଟିକୁ ଏହାର ପରିଚାଳନା ନେଇ ଅବଗତ କରାଇବାକୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଚଳିତ ମାର୍ଚ୍ଚରୁ କରୋନା ମହାମାରୀ ଆରମ୍ଭ ହେବା ଦିନଠାରୁ ପିଲାମାନେ କ୍ଲାସ କରିନାହାନ୍ତି । ବର୍ତମାନ କରୋନା ମହାମାରୀ ପାଇଁ ସାରା ଦେଶ ଚିନ୍ତାରେ ରହିଛି । ତେବେ ସୁଅମୋଟୁ କେସର ଶୁଣାଣି ସମୟରେ ଶିଶୁ ସୁରକ୍ଷା ଉପରେ କୋର୍ଟ ଏହି ରାୟ ଦେଇଛନ୍ତି । ଭିଡିଓ କନଫରେନ୍ସ ମାଧ୍ୟମରେ କରାଯାଇଥିବା ଶୁଣାଣି ସମୟରେ ଆଡଭୋକେଟ ଗୌରବ ଅଗ୍ରୱାଲ ଏହି ମାମଲାରେ ଆମିକସ କ୍ୟୁରିଆ ଭାବରେ ସର୍ବୋଚ୍ଚ ନ୍ୟାୟାଳୟକୁ ସହାୟତା କରିଥିଲେ । ସିସିଆଇରେ ରହୁଥିବା ଶିଶୁଙ୍କ ସଂଖ୍ୟା ବିଷୟରେ ବେଂଚକୁ ଅବଗତ କରାଇଥିଲେ ଏବଂ ଏହି ମହାମାରୀ ସମୟରେ ସେମାନଙ୍କ ପରିବାର କିମ୍ବା ଅଭିଭାବକଙ୍କ ସହ ପୁନଃସ୍ଥାପିତ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking