ଜୁଲାଇ ୧ରୁ ବଦଳିବ ଏସ୍‌ବିଆଇ ନିୟମ

ନୂଆଦିଲ୍ଲୀ : ଜୁଲାଇ ୧ରୁ ବଦଳିବ ନିୟମ  । ଏସ୍‌ବିଆଇ ବ୍ୟାଙ୍କ ନିଜର ବେସିକ୍ ସେଭିଂ ଆକାଉଣ୍ଟ ପାଇଁ ସର୍ଭିସ ଚାର୍ଜରେ ପରିବର୍ତ୍ତନ କରିବାକୁ ଯାଉଛି । ଜୁଲାଇ ୧ ତାରିଖରୁ ଏହି ପରିବର୍ତ୍ତନ ହେବ । BSBD ଆକାଉଣ୍ଟ ଉପରେ ହିଁ ନୂଆ ଚାର୍ଜ ଲାଗୁ ହେବ ବୋଲି ଷ୍ଟେଟ୍ ବ୍ୟାଙ୍କ କହିଛି ।

ରିପୋର୍ଟ ଅନୁସାରେ ଏସ୍‌ବିଆଇ ଗତ ୬ ବର୍ଷରେ BSBD ଆକାଉଣ୍ଟ ହୋଲ୍‌ଡର୍ସଙ୍କ ଠାରୁ ୩୦୮ କୋଟି ଚାର୍ଜ ଆଦାୟ କରିଛି । ଏସ୍‌ବିଆଇର ୧୨ କୋଟି BSBD ଆକାଉଣ୍ଟ ରହିଛି । ପିଏନ୍‌ବି ପାଖରେ ୩.୯ କୋଟି BSBD ଆକାଉଣ୍ଟ ରହିଛି । ଏହି ବ୍ୟାଙ୍କଗୁଡ଼ିକ ଟ୍ରାଞ୍ଜାକ୍ସନ ଚାର୍ଜ ଆଳରେ ଗ୍ରାହକଙ୍କ ଠାରୁ ୯.୯ କୋଟି ଟଙ୍କା ଆଦାୟ କରିଛନ୍ତି ବୋଲି ରିପୋର୍ଟରେ ପ୍ରକାଶ ପାଇଛି ।

କିଛିଦିନ ତଳେ ବେସିକ୍‌ ସେଭିଂ ଆକାଉଣ୍ଟ ଉପରେ ଏସ୍‌ବିଆଇ ଆଦାୟ କରିଥିବା ଚାର୍ଜାକୁ ନେଇ ଚମରାଇ ଦେଲା ଭଳି ତଥ୍ୟ ସାମ୍ନାକୁ ଆସିଥିଲା । ଆଇଆଇଟି ବମ୍ବେ ଗବେଷଣା ରିପୋର୍ଟରେ ଏଭଳି କିଛି ତଥ୍ୟ ସାମ୍ନାକୁ ଆସିଥିଲା । ଷ୍ଟଡି ରିପୋର୍ଟ ଅନୁସାରେ, ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ଓ ଅନ୍ୟ କିଛି ବଡ଼ ବ୍ୟାଙ୍କ ଗରିବ ଲୋକଙ୍କ ଖାତାରୁ ସର୍ଭିସ ନାଁରେ ମୋଟା ଅଙ୍କର ଟଙ୍କା କମାଉଛନ୍ତି । ତେବେ ରିପୋର୍ଟ ଅନୁସାରେ ଏସ୍‌ବିଆଇ ଗତ ୬ ବର୍ଷରେ BSBD ଆକାଉଣ୍ଟ ହୋଲ୍‌ଡର୍ସଙ୍କ ଠାରୁ ୩୦୮ କୋଟି ଚାର୍ଜ ଆଦାୟ କରିଛି । ଏସ୍‌ବିଆଇର ୧୨ କୋଟି BSBD ଆକାଉଣ୍ଟ ରହିଛି। ପିଏନ୍‌ବି ପାଖରେ ୩.୯ କୋଟି BSBD ଆକାଉଣ୍ଟ ରହିଛି। ଏହି ବ୍ୟାଙ୍କଗୁଡ଼ିକ ଟ୍ରାଞ୍ଜାକ୍ସନ ଚାର୍ଜ ଆଳରେ ଗ୍ରାହକଙ୍କ ଠାରୁ ୯.୯ କୋଟି ଟଙ୍କା ଆଦାୟ କରିଛନ୍ତି ବୋଲି ରିପୋର୍ଟରେ ପ୍ରକାଶ ପାଇଛି ।

ଯଦି ଗ୍ରାହକ ୧୦ ମାଗମା ଚେକ୍‌ବୁକ୍ ବଦଳରେ ୧୦ ପେଜ୍‌ବାଲା ଚେକ୍‌ବୁକ୍‌ ନିଅନ୍ତି ତେବେ ତାଙ୍କୁ ୪୦ ଟଙ୍କା ଚାର୍ଜ ଦେବାକୁ ପଡ଼ିବ। ୨୫ ପେଜ୍‌ ପାଇଁ ୭୫ ଟଙ୍କା ଦିଆଯିବ। ସେହିପରି ଜରୁରୀକାଳୀନ ସେବା କ୍ଷେତ୍ରରେ ୧୦ ପେଜ୍‌ ବିଶିଷ୍ଟ ଚେକ୍‌ବୁକ୍ ପାଇଁ ୫୦ ଟଙ୍କା ଲାଗିବ। ତେବେ ଏହି ଚାର୍ଜଗୁଡ଼ିକ ଉପରେ ଜିଏସ୍‌ଷ୍ଟି ଅଲଗା ଲାଗିବ। ତେବେ ବରିଷ୍ଠ ନାଗରିକଙ୍କ ପାଇଁ କୌଣସି ଚାର୍ଜ ଲାଗିବ ନାହିଁ। BSBD ଆକାଉଣ୍ଟ ପାଇଁ RuPay କାର୍ଡ ଜାରି କରିଥାଏ। ଯାହା ସମ୍ପୂର୍ଣ୍ଣ ମାଗଣା ହୋଇଥାଏ। ଏସ୍‌ବିଆଇରେ ବେସିକ ସେଭିଂ ଆକାଉଣ୍ଟ ପାଇଁ ଫ୍ରି ଟ୍ରାଞ୍ଜାକ୍ସନ ଲିମିଟ୍‌କୁ ୪ କରିଦିଆଯାଇଛି।

ତେବେ BSBD ଆଖଉଣ୍ଟ ଖୋଲିବା ପରେ ବ୍ୟାଙ୍କ ତରଫୁ ଗ୍ରାହକଙ୍କୁ ୧୦ ଚେକ୍‌ବୁକ୍‌ ପେଜ୍ ସମ୍ପୂର୍ଣ୍ଣ ମାଗଣାରେ ମିଳିବ। ଏହି ସୁବିଧା କେବଳ ଗୋଟିଏ ଆର୍ଥିକ ବର୍ଷ ପାଇଁ ଉପଲବ୍ଧ ରହିବ। ଏହାପରେ ଚେକ୍‌ବୁକ୍ ପାଇଁ ଗ୍ରାହକଙ୍କୁ ଅଲଗା ଭାବେ ଚାର୍ଜ ଦେବାକୁ ପଡ଼ିବ। ଏନ୍ୟପଟେ NEFT, IMPS, RTGS ଟ୍ରାଞ୍ଜାକ୍ସନ ମାଗଣା ରହିବ ବୋଲି ଏସ୍‌ବିଆଇ ପକ୍ଷରୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here