40.1 C
Bhubaneswar
Thursday, April 25, 2024
Homeଓଡିଶାକରତକଳ ଉପରେ ବନ ବିଭାଗର ଚଢ଼ଉ

କରତକଳ ଉପରେ ବନ ବିଭାଗର ଚଢ଼ଉ

ବନ୍ତ : ବନ୍ତ ବ୍ଲକ କେନ୍ଦୁଆପଦାସ୍ଥିତ ୬ଟି କରତକଳରେ ବିନା କାଗଜପତ୍ରରେ କାଠ ଚିରାଯାଉଥିବା ନେଇ ଭଦ୍ରକ ଜିଲ୍ଲା ବନବିଭାଗ ତରଫରୁ ମଙ୍ଗଳବାର ଅପରାହ୍ନରେ ଚଢ଼ଉ କରାଯାଇଥିଲା । ସୂଚନାଯୋଗ୍ୟ ଯେ, କାଠ କାରବାରରେ ସ୍ୱଚ୍ଛତା ରକ୍ଷା କରିବା ନିମନ୍ତେ ସରକାରଙ୍କ ତରଫରୁ କେନ୍ଦୁଆପଦାଠାରେ ୬ଟି ସ୍ୱୀକୃତିପ୍ରାପ୍ତ କରତକଳ ଖୋଲାଯାଇଛି । ମାତ୍ର ଉକ୍ତ କରତକଳରେ ବେଆଇନ ଭାବେ ଅଣଅନୁମୋଦିତ କାଠ କଟାଯାଉଥିବା ନେଇ ଅଭିଯୋଗ ହେବା ପରେ ଜୀବନଜୀବିକା ସୁରକ୍ଷା ସଂଘ ଭଦ୍ରକର ସଭ୍ୟମାନେ ଉକ୍ତ ବେଆଇନ କାର୍ଯ୍ୟକୁ ବିରୋଧ କରିବା ସହ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀମାନଙ୍କୁ ଅବଗତ କରିଥିଲେ । ଖବରପାଇ ପି.ସି.ସି.ଏଫ୍ ସନ୍ଦୀପ ତ୍ରିପାଠୀଙ୍କ ନିର୍ଦ୍ଦେଶକ୍ରମେ ଭଦ୍ରକ ଜିଲ୍ଲା ସହକାରୀ ବନ ସଂରକ୍ଷକ ବିରାଜମୋହନ ମହାନ୍ତି, ଧାମନଗର ରେଞ୍ଜର କୁଶଚନ୍ଦ୍ର ସିଂ, ଭଦ୍ରକ ରେଞ୍ଜର ରଞ୍ଜିତ ମହାନ୍ତି, ଚାନ୍ଦବାଲି ରେଞ୍ଜର ସୁବାଷ ଚନ୍ଦ୍ର ନାୟକ, ରେଞ୍ଜର ସମୀର କୁମାର ରାଉତ, ବରିଷ୍ଠ ବନପାଳ ଜଗନ୍ନାଥ ମିଶ୍ର, ଭଣ୍ଡାରିପୋଖରୀ ବନପାଳ ପ୍ରକାଶ ଦାସ ପ୍ରମୁଖଙ୍କ ସହ ବିଭାଗୀୟ କର୍ମଚାରୀମାନେ ଆଜି ଅପରାହ୍ନରେ ସମସ୍ତ କରତକଳ ଉପରେ ମିଳିତ ଚଢ଼ଉ କରିଥିଲେ । ଚଢ଼ଉ ସମୟରେ ସମସ୍ତ ମିଲ୍‌ରେ ଗଚ୍ଛିତ ଥିବା କାଠ ଓ ପଟାର ଉପଯୁକ୍ତ କାଗଜପତ୍ର ତଦନ୍ତ କରିବାକୁ ଚାହିଁଥିଲେ ମଧ୍ୟ କରତକଳର ମାଲିକମାନେ ଉପଯୁକ୍ତ କାଗଜପତ୍ର ଦେଖାଇ ପାରିନଥିଲେ । ଅନ୍ୟପକ୍ଷରେ ପ୍ରତ୍ୟେକ କରତକଳ ପରିସରରେ ଅର୍ଜୁନ, ଶାଗୁଆନ୍‌, ଆକାଶିଆ, ଚାକୁଣ୍ଡା, ନିମ୍ବ ଓ ଆମ୍ବକାଠ ସହ ଉପଯୁକ୍ତ କାଗଜପତ୍ର ନଥିବା କାଠ ଥିବା ଦେଖିବାକୁ ପାଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking