34.1 C
Bhubaneswar
Thursday, April 25, 2024
Homeଓଡିଶାନିକିତା ହତ୍ୟାକାଣ୍ଡର ଦୋଷୀଙ୍କୁ ତୁରନ୍ତ ଫାଶୀ ଦାବିରେ ମହିଳା ଅଧିକାର ମଞ୍ଚ ଓ ଭାରତ ବଞ୍ଚାଅ...

ନିକିତା ହତ୍ୟାକାଣ୍ଡର ଦୋଷୀଙ୍କୁ ତୁରନ୍ତ ଫାଶୀ ଦାବିରେ ମହିଳା ଅଧିକାର ମଞ୍ଚ ଓ ଭାରତ ବଞ୍ଚାଅ ମଞ୍ଚ ପକ୍ଷରୁ ବିକ୍ଷୋଭ

Press Release

ଭୁବନେଶ୍ୱର, : ଆଜି ଆମେ ସ୍ୱର ନ ଉଠାଇଲେ କାଲି ଆମ ଘର ପାଖରେ ଏଭଳି ଦୃଶ୍ୟମାନ ଦେଖିବାକୁ ମିଳିବ। ତୌସିଫ ନାମକ ଯୁବକକୁ ବିବାହ କରିବା ପାଇଁ ମନା କରିବାରୁ ନିକିତାକୁ କଲେଜ ଫେରିବା ବାଟରେ ହତ୍ୟା କରାଗଲା ଏବଂ ଘଟଣାଟି ଚପେଇ ଦେବା ପାଇଁ ଲକ୍ଷ ଲକ୍ଷ ଟଙ୍କାର ଅନୈତିକ ପ୍ରୟୋଗ କରାଯାଇ ଚାପ ସୃଷ୍ଟି କରାଗଲା । ଏହା କୌଣସି ଛୋଟ ମୋଟ ସାଧାରଣ ଘଟଣା ନୁହେଁ । ସବୁ କିଛି ପ୍ରମାଣ ସାମ୍ନାରେ ଉପଲବ୍ଧ ଥିବା ବେଳେ ଦୋଷୀକୁ ଦଣ୍ଡ ଦେବାରେ ବିଳମ୍ବ କାହିଁକି ? ତ୍ୱରିତ ନ୍ୟାୟ ପଦ୍ଧତିରେ ଦୃଷ୍ଟାନ୍ତମୂଳକ ଦଣ୍ଡ ଭାବରେ ଫାଶୀ ଦଣ୍ଡ ବିଧାନ କରାଯାଇ ନିକିତାକୁ ନ୍ୟାୟ ପ୍ରଦାନ କରାଯାଉ ବୋଲି ଭାରତ ବଞ୍ଚାଅ ମଞ୍ଚ ପକ୍ଷରୁ ଦାବି କରିଛନ୍ତି ରାଜ୍ୟ ପ୍ରତିନିଧି ମମତା ପଣ୍ଡା । ବିଳମ୍ବିତ ନ୍ୟାୟ ପ୍ରକ୍ରିୟା ଯୋଗୁଁ ଦୋଷୀଙ୍କ ମନୋବଳ ବଢ଼ିବା ସହ ଜନସାଧାରଣରେ ନ୍ୟାୟ ବ୍ୟବସ୍ଥା ପ୍ରତି ଭରସା ତୁଟି ତୁଟି ଯାଉଛି ବୋଲି ଅଭିଯୋଗ କରିଛନ୍ତି ମହିଳା ଅଧିକାର ମଞ୍ଚର ସଭାପତି ବନଜାବାସିନୀ ତ୍ରିପାଠୀ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରୀନାକ୍ଷୀ ମଲ୍ଲିକ, ନିଲୁ ଜେନା,
ରଣଜିତ ଧଳ, ଜଗତଜୀବନ ଜେନା, କୃତ୍ତିବାସ ରଥ, ସୀତାରାମ ଶତପଥୀ, ବିପିନ ବିହାରୀ ପାତ୍ର, ଦୀନବନ୍ଧୁ ଷଡ଼ଙ୍ଗୀ, ରାମକୃଷ୍ଣ କର, ଶୁଭ୍ରାଂଶୁଶେଖର ଶତପଥୀ, ବିଭୁପ୍ରସାଦ ମହାପାତ୍ର , ଆଡଭୋକେଟ ଦେବାଶିଷ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking