28.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଭାରତ-ସାଉଦି ଆରବ ଦ୍ୱିପାକ୍ଷିକ ଆଲୋଚନା

ଭାରତ-ସାଉଦି ଆରବ ଦ୍ୱିପାକ୍ଷିକ ଆଲୋଚନା

ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିଛନ୍ତି ସାଉଦି ଆରବର ବୈଦେଶିକ ମନ୍ତ୍ରୀ ଫୈଜଲ୍‍ ବିନ୍‍ ଫର୍‍ହାନ୍‍ ଅଲ୍‍ ସଉଦ୍‍। କୋଭିଡ୍‍ ମହାମାରୀ ପରଠାରୁ ସାଉଦି ଆରବର ବୈଦେଶିକ ମନ୍ତ୍ରୀଙ୍କର ଏହା ପ୍ରଥମ ସରକାରୀ ଗସ୍ତ। ରବିବାର ନୂଆଦିଲ୍ଲୀର ହାଇଦ୍ରାବାଦ୍‍ ହାଉସଠାରେ ଅଲ୍‍ ସଉଦ୍‍ଙ୍କ ସହ ଭାରତର ବୈଦେଶିକ ମନ୍ତ୍ରୀ ଡ.ଏସ୍‍. ଜୟଶଙ୍କର ଦ୍ୱିପାକ୍ଷିକ ସମ୍ପର୍କ ସମ୍ପର୍କିତ ସବୁ ବିଷୟ ସମେତ ଆପୋସ ସ୍ୱାର୍ଥ ସହ ଜଡ଼ିତ ଆଞ୍ଚଳିକ ଓ ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି ।

ଆଫଗାନିସ୍ତାନ ଓ ଅନ୍ୟାନ୍ୟ ଆଞ୍ଚଳିକ ପ୍ରସଙ୍ଗଗୁଡ଼ିକ ଉପରେ ଦୁଇ ନେତା ଆଲୋଚନା କରିଥିବାର ଜଣାପଡ଼ିଛି। ଉଭୟ ନେତାଙ୍କ ମଧ୍ୟରେ ଜାତିସଂଘ ଜି-୨୦ ରାଷ୍ଟ୍ରସମୂହ ଓ ଜି.ସି.ସି. ଭଳି ବହୁଦେଶୀୟ ସଙ୍ଗଠନଗୁଡ଼ିକରେ ଦ୍ୱିପକ୍ଷୀୟ ସହଯୋଗ ସଂକ୍ରାନ୍ତରେ ମଧ୍ୟ ସେମାନେ ଆଲୋଚନା କରିଛନ୍ତି । କୋଭିଡ୍‍ ମହାମାରୀ ସତ୍ତ୍ବେ ସାଉଦି ଆରବ ଗତବର୍ଷ ଜି-୨୦ ରାଷ୍ଟ୍ରସମୂହର ସଫଳ ଅଧ୍ୟକ୍ଷତା କରିଥିବାରୁ ଜୟଶଙ୍କର ଅଭିନନ୍ଦନ ଜଣାଇଛନ୍ତି। କୋଭିଡ୍‍ ମହାମାରୀ ସମୟରେ ଭାରତୀୟମାନଙ୍କୁ ସାଉଦି ଆରବ ପକ୍ଷରୁ ଦିଆଯାଇଥିବା ସମର୍ଥନକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି ଏବଂ ଭାରତରୁ ସାଉଦି ଆରବକୁ ଯାତ୍ରା ପାଇଁ କଟକଣାକୁ ଆହୁରି କୋହଳ କରିବା ଲାଗି ଜୟଶଙ୍କର ଅଲ୍‍ ସଉଦ୍‍ଙ୍କୁ ଅନୁରୋଧ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking