26.1 C
Bhubaneswar
Friday, March 29, 2024
Homeସ୍ୱାଧୀନତା ସଂଗ୍ରାମସତ୍ୟାଗ୍ରହ ଗୀତା

ସତ୍ୟାଗ୍ରହ ଗୀତା

ବ୍ୟୁରୋ : କ୍ଷମା ଦେବୀ ରାଓ ଜଣେ ଶିକ୍ଷିତ ସଂସ୍କୃତ ପଣ୍ଡିତ ଥିଲେ । ଯିଏ ସଂସ୍କୃତ, ଇଂରାଜୀ ଏବଂ ମରାଠୀରେ ଅନେକ ଲେଖା ଲେଖିଥିଲେ। ସତ୍ୟାଗ୍ରହ ଗୀତା ୧୯୩୧ ମସିହାରେ କ୍ଷମା ଦେବୀଙ୍କ ଦ୍ୱାରା ଲେଖାଯାଇଥିଲା। ଏହି ଲେଖନୀ ପଛରେ ପ୍ରେରଣା ଥିଲା ଲବଣ ସତ୍ୟାଗ୍ରହ – ଗାନ୍ଧୀ ଜୀଙ୍କର ଦାଣ୍ଡି ଯାତ୍ରା । ଭଗବଦ୍ ଗୀତାଙ୍କ ଧାଡ଼ିରେ ସତ୍ୟାଗ୍ରହ ଗୀତାରେ ୧୮ ଟି ଅଧ୍ୟାୟ ରହିଛି । ବ୍ରିଟିଶ ଉପନିବେଶ ନିୟମ ଯୋଗୁଁ, ଏହା ପ୍ରକାଶିତ ହୋଇପାରି ନ ଥିଲା । ଅନ୍ୟ ଜଣେ ଶିକ୍ଷିତ ସଂସ୍କୃତ ପଣ୍ଡିତ ସିଲଭା ଲେହଭିଙ୍କ ସାହାଯ୍ୟରେ ଏହା ୧୯୩୨ ମସିହାରେ ପ୍ୟାରିସରେ ପ୍ରକାଶିତ ହୋଇଥିଲା। ଏହାର ପ୍ରଥମ ପ୍ରମୁଖ ସଂସ୍କୃତ ଭାଗ ୟୁରୋପରେ ପ୍ରକାଶିତ ହୋଇଥିଲା। ସତ୍ୟାଗ୍ରହ ଗୀତା ର ପ୍ରଥମ ପାଂଚଟି ଅଧ୍ୟାୟ ଜାତିର ସମକାଳୀନ ପରିସ୍ଥିତି ଉପରେ ବର୍ଣ୍ଣନା କରାଯାଇଛି । ଅଷ୍ଟମ ଅଧ୍ୟାୟରେ ସାଇମନ୍ କମିଶନ ଏବଂ ଏହା ବିରୁଦ୍ଧରେ ଭାରତୀୟଙ୍କ ପ୍ରତିକ୍ରିୟା ଉପରେ ଆଲୋଚନା କରାଯାଇଛି। ନବମ ଅଧ୍ୟାୟ ଭିକେରୋଇ ଇରଉଇନ୍ ଘୋଷଣାନାମା ସହିତ ଦଶମ ଅଧ୍ୟାୟ ରେ ଗାନ୍ଧିଜୀଙ୍କ ଭିକେରୋଇ ଇରଉଇନ୍ ଚିଠିକୁ ବର୍ଣ୍ଣନା କରାଯାଇଛି । ଏକାଦଶ ଅଧ୍ୟାୟ ଦାଣ୍ଡି ପଦଯାତ୍ରାର ଏକ ସ୍ପଷ୍ଟ ବିବରଣୀ ପ୍ରଦାନ କରାଯାଇଛି । ତା’ପରେ, ଘଟଣାଗୁଡ଼ିକର ଶୃଙ୍ଖଳା ଦ୍ୱାଦଶ ଅଧ୍ୟାୟରେ ରହିଛି ।ତ୍ରୟୋଦଶ ଅଧ୍ୟାୟ ଉତ୍ତର ପୂର୍ବ ସୀମାନ୍ତ ପ୍ରଦେଶରେ ଭାରତୀୟ ସ୍ୱାଧୀନତା ସଂଗ୍ରାମକୁ ବର୍ଣ୍ଣନା କରିଛି । ଚତୁର୍ଦ୍ଦଶରୁ ଷୋଡଶ ଅଧ୍ୟାୟ ଉପନିବେଶିକ ଶାସନ ଦ୍ୱାରା କରାଯାଇଥିବା ବିଭିନ୍ନ ଅତ୍ୟାଚାରକୁ ଉପସ୍ଥାପିତ କରାଯାଇଛି । ସପ୍ତଦଶ ଅଧ୍ୟାୟରେ ଆମ ଦେଶର ମହିଳା ସ୍ୱାଧୀନତା ସଂଗ୍ରାମୀମାନଙ୍କ ଉପରେ ବର୍ଣ୍ଣନା କରାଯଇଛି । ସତ୍ୟାଗ୍ରହ ଗୀତା ର ଶେଷ ଅଧ୍ୟାୟ ଗାନ୍ଧିଜୀଙ୍କ ସହ ହୋଇଥିବା ସାକ୍ଷାତକାରର ଲେଖକଙ୍କର ହୃଦୟସ୍ପର୍ଶୀ ବିବରଣୀ ସ୍ଥାନ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking