27.1 C
Bhubaneswar
Tuesday, March 19, 2024
Homeଓଡିଶାକ୍ଷମା ମାଗିଲେ ଉମା

କ୍ଷମା ମାଗିଲେ ଉମା

ଭୁବନେଶ୍ୱର: ବିଧାୟକଙ୍କ ନାଁରେ କୋଭିଡ ଆଇନ ଉଲ୍ଲଂଘନ ମାମଲା ପ୍ରସଙ୍ଗରେ କ୍ଷମା ମାଗିଛନ୍ତି ସତ୍ୟବାଦୀ ବିଜେଡି ବିଧାୟକ ଉମାକାନ୍ତ ସାମନ୍ତରାୟ । ସେ କହିଛନ୍ତି, ‘କରୋନା ସଂକ୍ରମିତ ଥାଇ ସ୍ୱର୍ଗଦ୍ୱାରରେ ପହଂଚିବା ଭୁଲ ଥିଲା । ମହାରଥୀଙ୍କ ବିୟୋଗରେ ଭାବବିହ୍ୱଳ ହୋଇ ସ୍ୱର୍ଗଦ୍ୱାର ଯାଇଥିଲି । ସଂକ୍ରମିତ ଥାଇ ସ୍ୱର୍ଗଦ୍ୱାର ଯିବା ମୋ ପାଇଁ ସଂପୂର୍ଣ୍ଣ ଭୁଲ ଥିଲା । ସରକାରଙ୍କ ଆଇନ ଉର୍ଦ୍ଧ୍ୱରେ କେହି ନୁହଁନ୍ତି । ଆଇନତଃ ମୋ ପ୍ରତି ଯେଉଁ ପଦକ୍ଷେପ ନିଆଯିବ, ମୁଁ ମାନିବାକୁ ପ୍ରସ୍ତୁତ । ମୁଁ କରିଥିବା ଭୁଲ ପାଇଁ ସମସ୍ତଙ୍କ ପାଖରେ କ୍ଷମା ମାଗୁଛି’ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking