38.1 C
Bhubaneswar
Saturday, April 20, 2024
Homeଦେଶ ବିଦେଶଆଜି ଦିନ ୧୧ଟା ୩୦ ରେ ପୃଥିବୀର ନିକଟତର ହେବ ଶନି

ଆଜି ଦିନ ୧୧ଟା ୩୦ ରେ ପୃଥିବୀର ନିକଟତର ହେବ ଶନି

ଭୁବନେଶ୍ବର : ବର୍ତ୍ତମାନ ଆକାଶରେ ଶନି ଗ୍ରହ ଆକର୍ଷଣୀୟ ଭାବରେ ଦୃଶ୍ୟମାନ ହେଉଛି। ଶନି ଏବଂ ପୃଥିବୀ ସୂର୍ଯ୍ୟ ଚାରିପଟେ ସେମାନଙ୍କର କକ୍ଷପଥରେ ଘୂରିବା ସମୟରେ ଆଜି ସବୁଠାରୁ ଅଧିକ ନିକଟତର ହେବେ। ଶନି ଗ୍ରହ ପୃଥିବୀର ଅତି ନିକଟତର ହେଉଥିବାରୁ ଏହା ବହୁତ ଉଜ୍ଜ୍ୱଳ ଦେଖାଯାଉଛି। ଶନି ପୃଥିବୀର ଅତି ନିକଟତର ହୋଇଥିବାରୁ ଖାଲି ଆଖିରେ ସାଧାରଣ ଦିନ ତୁଳନାରେ ଅଧିକ ଉଜ୍ଜଳ ଦେଖାଯିବା ସହ ଏହାର ବଳୟ ଏବଂ ଉପଗ୍ରହ ସାଧାରଣ ଦୂରବୀକ୍ଷଣ ଦ୍ୱାରା ସୁନ୍ଦର ଦେଖାଯାଉଛି।

ପୃଥିବୀଠାରୁ ଶନିର ଦୂରତା କ୍ରମାଗତ ଭାବରେ ବଦଳିଥାଏ। କାରଣ ଦୁଇଟି ଗ୍ରହ କ୍ରମାଗତ ଭାବରେ ବିଭିନ୍ନ ଗତିରେ ସୂର୍ଯ୍ୟ ଚାରିପଟେ ସେମାନଙ୍କର କକ୍ଷପଥରେ ଯାତ୍ରା କରନ୍ତି। ପୃଥିବୀ ସୂର୍ଯ୍ୟ ଚାରିପଟେ ଥରେ ଘୂରିବାକୁ ୩୬୫ ଦିନ ବା ଏକ ବର୍ଷ ସମୟ ନେଉଥିଲାବେଳେ ଶନି ସୂର୍ଯ୍ୟ ଚାରିପଟେ ଥରେ ଘୂରିବାକୁ ୨୯.୫ ବର୍ଷ ସମୟ ନିଏ। ତେଣୁ ପ୍ରତି ଏକ ବର୍ଷ ଏବଂ ୧୩ ଦିନରେ ଶନି ଏବଂ ପୃଥିବୀ ନିକଟତର ହୋଇଥାନ୍ତି ଓ ଗ୍ରହ ଦୁଇଟି ସୂର୍ଯ୍ୟର ଗୋଟିଏ ପଟରେ ରୁହନ୍ତି। ଶନି ଓ ସୂର୍ଯ୍ୟ ମଝିରେ ପୃଥିବୀ ରହିଥାଏ। ସେ ସମୟରେ ପୃଥିବୀ ଓ ଶନିର ହାରାହାରି ଦୂରତା ୧୨୦ କୋଟି କିମି ରହିବ।

ଯାହା ସୂର୍ଯ୍ୟ ଠାରୁ ପୃଥିବୀ ଦୂରତାର ପ୍ରାୟ ୮ ଗୁଣ ଅଧିକ। ଆଜି ଦିନ ୧୧ଟା ୩୦ରେ ଏହା ଘଟିବ। ଅନ୍ୟପକ୍ଷରେ ଆଉ ୬ ମାସ ପରେ ପୃଥିବୀ ସୂର୍ଯ୍ୟର ପଛ ପାଖକୁ ଚାଲିଗଲେ ପୃଥିବୀ ଓ ଶନିର ସର୍ବାଧିକ ଦୂରତା ୧୭୦ କୋଟି କିମି ରହିବ। ଯାହା ସୂର୍ଯ୍ୟ ଠାରୁ ପୃଥିବୀ ଦୂରତାର ପ୍ରାୟ ୧୧ ଗୁଣ ଅଧିକ। ୨୦୨୦ ମସିହା ଜୁଲାଇ ୨୦ରେ ଶନି ପୃଥିବୀର ନିକଟତର ହୋଇଥିଲା ଏବଂ ଆଗାମୀ ୨୦୨୨ ମସିହା ଅଗଷ୍ଟ ୧୪ ତାରିଖରେ ଏପରି ଘଟିବ। ଅଗଷ୍ଟ ୨ ତାରିଖ ଦିନ ସୂର୍ଯ୍ୟାସ୍ତ ହେବା ସହ ଶନି ଗ୍ରହ ପୂର୍ବ ଦିଗବଳୟରେ ଉଦୟ ହୋଇ ଧୀରେ ଧୀରେ ପଶ୍ଚିମ ଦିଗକୁ ଗତିକରି ୧୨ ଘଣ୍ଟା ପରେ ଅର୍ଥାତ୍‌ ଭୋର ସମୟରେ ଅସ୍ତ ହେବ। ମେଘ ମୁକ୍ତ ପରିଷ୍କାର ଆକାଶରେ ଅଗଷ୍ଟ ମାସ ପ୍ରତି ରାତିରେ ସଂଧ୍ୟା ଠାରୁ ସକାଳ ଯାଏ ଶନି ସହ ବୃହଷ୍ପତି ଖାଲି ଆଖିରେ ଦେଖାଯିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking