27.8 C
Bhubaneswar
Thursday, April 18, 2024
Homeଓଡିଶାସରପଂଚ ପଦ ନିଲାମ: ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ସରପଂଚ ପଦ ନିଲାମ: ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ବଲାଙ୍ଗୀର: ବିଲେଇସର୍ଡା ପଂଚାୟତରେ ସରପଂଚ ପଦବୀ ନିଲାମ ଘଟଣାରେ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର । କୌଣସି ଆଶାୟୀଙ୍କୁ ଯେମିତି ନାମାଙ୍କନରେ ବାଧା ନପହଂଚେ ଦେଖିବାକୁ ନିର୍ଦ୍ଦେଶ ରହିଛି । ସରଂପଚ ପାଇଁ କୌଣସି ଆଶାୟୀ ଯେମିତି ବାଧା ସମ୍ମୁଖୀନ ନହୁଅନ୍ତି । ନିର୍ବିଘ୍ନ ନୋମିନେସନ ନିଶ୍ଚିତ କରିବାକୁ କମିଶନର ନିର୍ଦ୍ଦେଶ ଦେଇଛନ୍ତି । ବିଲେଇସର୍ଡା ସରଂପଚ ପଦବୀ ୪୪ ହଜାରରେ ନିଲାମ ଅଭିଯୋଗ ଥିଲା ।

ଗତ ନିର୍ବାଚନରେ ମନ୍ଦିର କମିଟି ୭ ଲକ୍ଷ ନିଲାମ କରି ସରପଂଚ ପ୍ରାର୍ଥୀଙ୍କୁ ସମର୍ଥନ କରିଥିବା ବେଳେ ଚଳିତ ବର୍ଷ ମିଟିଂ ଡାକି ସରପଂଚ ପଦବୀ ପାଇଁ ନିଲାମରେ ସାମିଲ ହେବା ପାଇଁ ବାଧ୍ୟ କରାଯାଇଥିଲା । ଏହାକୁ ବିରେନ୍ଦ୍ର କୁମାର ପଣ୍ଡା ବେଆଇନ ଦର୍ଶାଇ ପ୍ରତିବାଦ କରିବା ପରେ ତାଙ୍କ କଥାକୁ କେହି ଗୁରୁତ୍ୱ ଦେଇ ନଥିଲେ। ଏହାପରେ ୨୧ ଲକ୍ଷରୁ ନିଲାମ ଆରମ୍ଭ କରିଥିବା ବେଳେ ସର୍ବାଧିକ ୪୪ ଲକ୍ଷ ୧୦ ହାଜର ଟଙ୍କା ଯାଏ ନିଲାମ ଯାଇଥିଲା।

ନିଲାମରେ ସୁଶାନ୍ତ ଛତ୍ରୀଆ, ବିରେନ୍ଦ୍ର କୁମାର ପଣ୍ଡା, ଦିଲୀପ ପଣ୍ଡା ଓ ରାଜୀବ ଲୋଚନ ପଣ୍ଡା ସାମିଲ ହୋଇଥିଲେ ଓ ପଂଚାୟତ ନିର୍ବାଚନକୁ ଏଭଳି ଢଙ୍ଗରେ ନିଲାମି କରି ଦୁର୍ନୀତିକୁ ସିଧାସଳଖ ଭାବରେ ପ୍ରୋତ୍ସାହନ ଦିଆଯାଉଛି । ସରପଂଚ ପ୍ରାର୍ଥୀ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ପାଇଁ ନିୟମ ରହିଥିବା ବେଳେ ୪୪ ଲକ୍ଷ ୧୦ ହଜାର ଟଙ୍କା ଖର୍ଚ୍ଚ କରିବା ନିର୍ବାଚନ ଆଚରଣ ବିଧିର ଉଲଂଘନ ନୁହେଁ କି। କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତିଙ୍କ ପାଇଁ ଗଣତନ୍ତ୍ରର ମହାନ ପର୍ବ ନିର୍ବାଚନରେ ପ୍ରାର୍ଥୀ ଓ ମତଦାତାଙ୍କ ମୌଳିକ ଅଧିକାର କ୍ଷୂର୍ଣ୍ଣ ହେଉଛି । ଏହା ଉପରେ ନିର୍ବାଚନ ଆୟୋଗ ଶୀଘ୍ର ପଦକ୍ଷେପ ନେବାକୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking