27.1 C
Bhubaneswar
Thursday, April 25, 2024
Homeଓଡିଶାଡାକ୍ତରଖାନା କର୍ମଚାରୀଙ୍କୁ ଦୁର୍ବ୍ୟବହାର; ସରପଞ୍ଚ ଗିରଫ

ଡାକ୍ତରଖାନା କର୍ମଚାରୀଙ୍କୁ ଦୁର୍ବ୍ୟବହାର; ସରପଞ୍ଚ ଗିରଫ

ନିଶ୍ଚିନ୍ତକୋଇଲ : ନିଶ୍ଚିନ୍ତକୋଇଲି ବ୍ଲକ୍ ନଗସପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ତ୍ତବ୍ୟରତ ଜଣେ କର୍ମଚାରୀଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରି ଧମକ ଚମକ ଦେବା , ମାଡ଼ ମାରିବା ଓ ଭଙ୍ଗାରୁଜା କରିବା ଅଭିଯୋଗରେ ନଗସପୁର ପଞ୍ଚାୟତ ସରପଞ୍ଚ ସୁଧାଂଶୁ ଶେଖର ଷଢଙ୍ଗୀଙ୍କୁ ନେମାଳ ପୁଲିସ ଗିରଫ କରିଛି । ଗତକାଲି ନଗସପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀମାନେ କରୋନା କାର୍ଯ୍ୟରେ ବ୍ୟସ୍ତ ଥିବାବେଳେ ସରପଞ୍ଚ ତଥା ଶାସକ ବିଜେଡି ଦଳର ସ୍ଥାନୀୟ ନେତା ଶ୍ରୀ ଷଢଙ୍ଗୀ ହଠାତ୍ ପହଞ୍ଚି ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀଙ୍କୁ ଅତ୍ୟନ୍ତ ଅଶାଳୀନ ଭାଷାରେ ଗାଳିଗୁଲଜ କରିବା, ଧମକ ଚମକ ଦେବା ସହ ମାଡ଼ ମାରି ସ୍ୱାସ୍ଥ୍ୟକେନ୍ଦ୍ରରେ ଭଙ୍ଗାରୁଜା କରିଥିଲେ । ଏ ସମ୍ପର୍କରେ କର୍ମଚାରୀମାନେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଅମିତ ଜେନାଙ୍କ ନିକଟରେ ଲିଖିତ ଅଭିଯୋଗ କରିବା ସହ କାର୍ଯ୍ୟବନ୍ଦ କରିଥିଲେ । ଘଟଣା ସମ୍ପର୍କରେ ଡାକ୍ତର ଜେନା ନେମାଳ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ କରି ଏକ ମାମଲା ରୁଜୁ କରି ସରପଞ୍ଚ ଶ୍ରୀ ଷଢଙ୍ଗୀଙ୍କୁ ଗିରଫ କରିଛି । ପୁଲିସ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ନିର୍ଭର ପ୍ରତିଶ୍ରୁତି ଦିଆଯିବା ପରେ ପୁଲିସ ସୁରକ୍ଷା ବଳୟରେ କର୍ମଚାରୀମାନେ ଅପରାହ୍ଣରେ କାର୍ଯ୍ୟରେ ଯୋଗ ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking