28.1 C
Bhubaneswar
Friday, March 29, 2024
Homeଓଡିଶାସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଜୟନ୍ତୀ ପାଳନ ଅବସରରେ, ରାଜ୍ୟ କାର୍ଯ୍ୟାଳୟରେ ବୁଦ୍ଧିଜୀବି ସମ୍ମିଳନୀ ଅନୁଷ୍ଠିତ

ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଜୟନ୍ତୀ ପାଳନ ଅବସରରେ, ରାଜ୍ୟ କାର୍ଯ୍ୟାଳୟରେ ବୁଦ୍ଧିଜୀବି ସମ୍ମିଳନୀ ଅନୁଷ୍ଠିତ

*ରାଜ୍ୟରେ ବଢିଚାଲୁଥିବା ଅପରାଧ ଓ ମହିଳା ହିଂସାକୁ ରୋକିବାରେ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବୁଦ୍ଧିଜୀବି ସମାଜ
* ଅପରାଧ ଏବଂ ଅପରାଧୀକୁ ଶାସକ ବିଜେଡି ତରଫରୁ ପୂର୍ଣ୍ଣ ସୁରକ୍ଷା ମିଳୁଥିବାରୁ ରାଜ୍ୟରେ ମହିଳା ହିଂସା, ନିର୍ଯ୍ୟାତନା, ବଳାତ୍କାର ଓ ହତ୍ୟା ବୃଦ୍ଧି ପାଇଚାଲିଛି
* ରାଜ୍ୟ ସରକାରଙ୍କ ପ୍ରାଥମିକତା ‘ମହିଳା ସୁରକ୍ଷା’ ନା ‘ମନ୍ତ୍ରୀ ପଦ ରକ୍ଷା’, ଏହା ସ୍ପଷ୍ଟ ହେବା ଉଚିତ୍‌
* ମାଁ, ଭଉଣୀଙ୍କ ସମ୍ମାନ ଓ ସୁରକ୍ଷାକୁ ତୁଚ୍ଛ ମଣୁଥିବା ଶାସକ ଦଳ ଓ କଳର ଏଭଳି ଆଚରଣ ଓଡିଶାବାସୀଙ୍କ ପାଇଁ ଲଜ୍ଜାର କାରଣ ହୋଇଛି
*ସର୍ଦ୍ଦାର ପଟେଲଙ୍କ ନିଷ୍ଠା, ରାଷ୍ଟ୍ରପ୍ରେମ ଓ ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବାକୁ ସମସ୍ତେ ସଂକଳ୍ପ ନେଲେ
ଭୁବନେଶ୍ୱର : ସ୍ୱାଧୀନ ଭାରତର ଏକତ୍ରୀକରଣର ମୁଖ୍ୟ ବିନ୍ଧାଣୀ ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲୈାହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ ଆଜି ରାଜ୍ୟ କାର୍ଯ୍ୟାଳୟରେ ପାଳନ କରାଯାଇଛି ।ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଏବଂ ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।

ଏହି ଅବସରରେ ରାଜ୍ୟ ବୁଦ୍ଧିଜୀବୀ ପ୍ରକୋଷ୍ଠର ପ୍ରମୁଖ ସଦସ୍ୟମାନଙ୍କ ସହିତ ଜିଲ୍ଲାସ୍ତରୀୟ ବୁଦ୍ଧିଜୀବୀ ପ୍ରକୋଷ୍ଠର ଆବାହକମାନଙ୍କୁ ନେଇ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲ।  ବୁଦ୍ଧିଜୀବି ଆଲୋଚନାଚକ୍ରରେ ସମାଜର ବିଭିନ୍ନ ବର୍ଗକୁ ପ୍ରତିନିଧିତ୍ୱ କରୁଥିବା ବହୁ ବିଶିଷ୍ଟ ବ୍ୟକ୍ତିମାନେ ଭାଗ ନେଇଥିଲେ । ଏକଦା କ୍ଷମତା ନିଶାରେ ଅନ୍ଧ ସାଜିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଶରେ ଜରୁରୀକାଳିନ ପରିସ୍ଥିତି ଜାରୀ କରିଥିଲେ । ସେହିପରି ଆଜି ରାଜ୍ୟରେ କ୍ଷମତା ନିଶାରେ ଚୁର୍ ହୋଇ ଶାସକ ବିଜେଡି ମହିଳା ହିଂସା, ନିର୍ଯ୍ୟାତନା ଓ ଅପରାଧକୁ ପ୍ରୋତ୍ସାହିତ କରୁଛି । ରାଜ୍ୟରେ ବଢିଚାଲୁଥିବା ଅପରାଧ ଓ ମହିଳା ହିଂସାକୁ ରୋକିବାରେ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ଉପସ୍ଥିତ ବୁଦ୍ଧିଜୀବି ସମାଜଉଦ୍‌ବେଗ ପ୍ରକାଶ କରିଥିଲେ । ରାଜ୍ୟ ସରକାରଙ୍କ ପ୍ରାଥମିକତା ମହିଳା ସୁରକ୍ଷା ନା ମନ୍ତ୍ରୀ ପଦ ରକ୍ଷା, ଏହା ସ୍ପଷ୍ଟ ହେବା ଉଚିତ୍ । ଅପରାଧ ଏବଂ ଅପରାଧୀକୁ ଶାସକ ବିଜେଡି ତରଫରୁ ପୂର୍ଣ୍ଣ ସୁରକ୍ଷା ମିଳୁଥିବାରୁ ରାଜ୍ୟରେ ମହିଳା ହିଂସା, ନିର୍ଯ୍ୟାତନା, ବଳାତ୍କାର ଓ ହତ୍ୟା ବୃଦ୍ଧି ପାଇଚାଲିଛି ।

‘ମା କୁ ସମ୍ମାନ’ ନାରା ଦେଉଥିବା ଶାସକ ବିଜେଡି ଦଳ ରାଜ୍ୟରେ ମହିଳା ଅପହରଣ ଓ ହତ୍ୟାକୁ ଯେଉଁ ଭଳି ଭାବେ ପ୍ରୋତ୍ସାହନ ଦେଉଛନ୍ତି ଏବଂ ଏଥିରେ ସମ୍ପୃକ୍ତ ମନ୍ତ୍ରୀଙ୍କୁ ଘଂଟ ଘୋଡାବାକୁ ଯାଇ ପ୍ରଲୋଭିତ କରି ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନଙ୍କର ସାହାର୍ଯ୍ୟ ନେଇ ଶିକ୍ଷୟିତ୍ରୀ ମମିତା ହତ୍ୟାକାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ କଳାହାଣ୍ଡିରେ ସମ୍ବର୍ଦ୍ଧନା ଦିଆଯିବା ଅତ୍ୟନ୍ତ ନିନ୍ଦନୀୟ । ମାଁ, ଭଉଣୀଙ୍କ ସମ୍ମାନ ଓ ସୁରକ୍ଷାକୁ ତୁଚ୍ଛ ମଣୁଥିବା ଶାସକ ଦଳ ଓ କଳର ଏଭଳି ଆଚରଣ ଓଡିଶାବାସୀଙ୍କ ପାଇଁ ଲଜ୍ଜାର କାରଣ ହୋଇଛି ବୋଲି ଉପସ୍ଥିତ ବୁଦ୍ଧିଜୀବିମାନେ କହିଛନ୍ତି ।

ବିଜେପି ବୁଦ୍ଧିଜୀବି ପ୍ରକୋଷ୍ଠ ରାଜ୍ୟ ଆବାହକ ସଜ୍ଜନ ଶର୍ମାଙ୍କ ଆବାହକତ୍ୱରେଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବୁଦ୍ଧଜୀବୀ ପ୍ରକୋଷ୍ଠର ପୂର୍ବତନ ଆବାହକ ଓ ଅବସରପ୍ରାପ୍ତ ପ୍ରଶାସକ ସୁଦର୍ଶନ ନାୟକ, ବିଜେପି ବାର୍ତା ସଂପାଦକ ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ଭୂବନାନନ୍ଦ ତ୍ରିପାଠୀ, ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା, କୃଷକ ମୋର୍ଚ୍ଚା ମିଡିଆ ସଂଯୋଜକ ହିତେଶ ମହାପାତ୍ର ପ୍ରମୁଖଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ରହି ଲୋହମାନବଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହ ସର୍ଦ୍ଦାର ପଟେଲଙ୍କ ନିଷ୍ଠା, ରାଷ୍ଟ୍ରପ୍ରେମ ଓ ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବାକୁ ସମସ୍ତେ ସଂକଳ୍ପ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking