27.8 C
Bhubaneswar
Thursday, April 18, 2024
Homeଓଡିଶାଘର ଖଣ୍ଡିଏ ପାଇଁ ଚାହିଁ ରହିଛନ୍ତି ଶଙ୍କର୍ଷଣ

ଘର ଖଣ୍ଡିଏ ପାଇଁ ଚାହିଁ ରହିଛନ୍ତି ଶଙ୍କର୍ଷଣ

ନୟାଗଡ: ନୟାଗଡ ଜିଲ୍ଲା ଭାପୁର ବ୍ଲକ ନିମାଣୀ ପଂଚାୟତ ବଡ଼ସହର କ।ଳିକା ପ୍ରସାଦ ଗ୍ରାମରେ ବସବାସ କରନ୍ତି ଶଙ୍କର୍ଷଣ ସ୍ୱାଇଁ ଓ ମାଳତୀ ସ୍ୱାଇଁ। ୨ ଜଣ ଝିଅଙ୍କ ସହ ନାତିଙ୍କୁ ନେଇ ପରିବାର। ସାହା ଭରସା କେହି ନାହାନ୍ତି । ଭତା ପାଉଥିଲାବେଳେ ପେଟ ପାଇଁ ଛ ପ୍ରାଣୀଙ୍କ ଖାଦ୍ୟ ଯୋଗାଡ଼ କରିବା ତାଙ୍କ ପାଇଁ କଷ୍ଟକର ହୋଇ ପଡିଛି । ଶଙ୍କରସନ ଓ ମାଳତୀଙ୍କ ଜୀବନ ଆଶା ଆଶାରେ ରହିଯାଇଛି । କେମିତି କାଟିବେ ଜୀବନ? ଏପଟେ ଦୁଇ ଝିଅଙ୍କ ଭାର , ସେପଟେ ଦଇବ ସାଧିଲା ଦାଉ। ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ନାହିଁ। ଭଙ୍ଗା ଘରେ ଛ ପ୍ରାଣୀ ଚଳୁଥିଲାବେଳେ କୁଡ଼ିଆ ଖଣ୍ଡେ ସାତ ସପନ। ପ୍ରଶାସନ ଠାରୁ ଆରମ୍ଭ କରି ସମସ୍ତଙ୍କୁ ଜଣେଇଥିଲେ ମଧ୍ୟ ସୁଫଳ କିଛି ମିଳୁନାହିଁ । କୁଡ଼ିଆ ଖଣ୍ଡେ ପାଇଁ ଅନେଇ ଥିଲାବେଳେ ତାଙ୍କ ଦୁଃଖ ବୁଝିବ କିଏ? ଭଙ୍ଗା କୁଡ଼ିଆରେ ଜୀବନ କାଟୁଥିବାବେଳେ ତାଙ୍କ ଉପରେ ପ୍ରଶାସନ ଠାରୁ ଆରମ୍ଭ କରି କାହାର ନଜର ନାହିଁ। ସରକାରୀ ସହାୟତା ମଧ୍ୟ ପହଂଚି ପାରିନାହିଁ । କୁଡ଼ିଆ ଖଣ୍ଡେ ପାଇବା ପାଇଁ ସରକାରଙ୍କ ପାଖରେ ଆଶା ରଖିଥିବା ବେଳେ ଆଖି ଲୁହ ସାର ହୋଇଛି। ଏସବୁ ପରେବି ସବୁ ଦୁଃଖ କଷ୍ଟ ସହି ସରକାରଙ୍କ ପାଖରେ ଘର ଖଣ୍ଡେ ପାଇଁ ନିବେଦନ କରିଛନ୍ତି। ପ୍ରଶାସନର କେବେ ନଜର ପଡୁଛି ଦେଖିବାକୁ ବାକି ରହିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking