40.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶସଞ୍ଜୟ ରାଉତଙ୍କୁ ୪ ଦିନ ପାଇଁ ହେପାଜତକୁ ନେଲା ଇଡି

ସଞ୍ଜୟ ରାଉତଙ୍କୁ ୪ ଦିନ ପାଇଁ ହେପାଜତକୁ ନେଲା ଇଡି

ମୁମ୍ବାଇ: ପାତ୍ରା ଚୌଲ ଜମି ଦୁର୍ନୀତି ଘଟଣାରେ ଗିରଫ ହୋଇଥିବା ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ୪ ଦିନ ପାଇଁ ହେପାଜତକୁ ନେଇଛି ଇଡି। ଏହି ସମୟରେ ଇଡିର ଅଧିକାରୀମାନେ ଜମି ଦୁର୍ନୀତି ଘଟଣାରେ ତାଙ୍କୁ ଗୁଡ଼ାଇତୁଡ଼ାଇ ପ୍ରଶ୍ନ କରିବେ। ଆଜି ସଞ୍ଜୟ ରାଉତଙ୍କୁ ସ୍ୱତନ୍ତ୍ର କୋର୍ଟରେ ହାଜର କରିଥିଲା ଇଡି। ଏହି ସମୟରେ ତାଙ୍କୁ ୮ ଦିନ ପାଇଁ ରିମାଣ୍ଡରେ ନେବାକୁ ଇଡି ପକ୍ଷରୁ ଆବେଦନ କରାଯାଇଥିଲେ। ତେବେ କୋର୍ଟ ଏହାର ଅଧା ଅର୍ଥାତ ୪ ଦିନ ପାଇଁ ସଞ୍ଜୟ ରାଉତଙ୍କୁ ଇଡି ହେପାଜତକୁ ପଠାଇଛନ୍ତି। ଇଡି ହେପାଜତରେ ଥିବା ବେଳେ ସଞ୍ଜୟ ରାଉତ ଘରର ରନ୍ଧା ଖାଦ୍ୟ ଖାଇପାରିବେ। ସେହିପରି ଜରୁରୀ ମେଡିସିନ ମଧ୍ୟ ବ୍ୟବହାର କରିବାକୁ କୋର୍ଟ ସଞ୍ଜୟଙ୍କୁ ଅନୁମତି ଦେଇଛନ୍ତି। ସଞ୍ଜୟ ରାଉତଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ତାଙ୍କୁ ଇଡି ଜେରା କରିବ। ଦରକାର ପଡ଼ିଲେ ଜେରା ସମୟ ସଞ୍ଜୟ ରାଉତଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଦେଖି ଇଡି ପ୍ରସ୍ତୁତ କରିବ ବୋଲି କୋର୍ଟ କହିଛନ୍ତି। କୋର୍ଟ କହିଛନ୍ତି, “ବର୍ତ୍ତମାନ ଯାଏ ହୋଇଥିବା ତଦନ୍ତ ଓ ମିଳିଥିବା ପ୍ରମାଣକୁ ଦେଖିଲେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ଜେରା କରିବାର ଆବଶ୍ୟକତା ରହିଥିବା ଅନୁଭବ କରାଯାଉଛି। କିନ୍ତୁ ୮ ଦିନିଆ ଆବେଦନକୁ ଗ୍ରହଣ କରାଯିବ ନାହିଁ। ତେଣୁ ଅଭିଯୁକ୍ତଙ୍କୁ ୪ ଦିନ ପାଇଁ ଇଡି ହେପାଜତକୁ ପଠା ଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking