43.9 C
Bhubaneswar
Friday, April 19, 2024
Homeଦେଶ ବିଦେଶସଂଜୁବାବା ଫୁସଫୁସ୍ କର୍କଟ ରେ ପୀଡ଼ିତ

ସଂଜୁବାବା ଫୁସଫୁସ୍ କର୍କଟ ରେ ପୀଡ଼ିତ

ମୁମ୍ବାଇ :ପୁଣି ସିନେ ଜଗତ ପାଇଁ ଆସିଛି ଏକ ଦୁଃଖ ଖବର। ଫୁସଫୁସ୍ କର୍କଟ ରୋଗରେ ପୀଡିତ ହୋଇଛନ୍ତି ବଲିଉଡ଼ ଅଭିନେତା ସଞ୍ଜୟ ଦତ୍ତ। ୬୧ ବର୍ଷୀୟ ସଞ୍ଜୟ ଗତ ୮ ତାରିଖରେ ଶ୍ଵାସକ୍ରିୟାରେ ସମସ୍ୟା ଯୋଗୁଁ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କର କରୋନା ଟେଷ୍ଟ ମଧ୍ୟ କରାଯାଇଥିଲା । କରୋନା ରିପୋର୍ଟ ନେଗେଟିଭ୍ ଆସିବା ପରେ ସେ ଡାକ୍ତରଖାନାରୁ ଡିସଚାର୍ଜ ହୋଇଥିଲେ।
ସଞ୍ଜୟ ଦତ୍ତଙ୍କ ପତ୍ନୀ  ଏବଂ ସେମାନଙ୍କର ଦୁଇ ପିଲା ବର୍ତ୍ତମାନ ଦୁବାଇରେ ଅଛନ୍ତି। ଏହି ସୂଚନା ପାଇବା ପରେ ତାଙ୍କ ବାସଭବନକୁ ଆସିଥିବା ସଞ୍ଜୟଙ୍କ ସାଙ୍ଗମାନଙ୍କ କହିବାନୁସାରେ, ବର୍ତ୍ତମାନ ଯେଉଁ ପର୍ଯ୍ୟାୟରେ କର୍କଟ ରୋଗ ଅଛି, ଏହାର ଚିକିତ୍ସା କରାଯାଇପାରିବ। ମାତ୍ର ଏଥିପାଇଁ ସଞ୍ଜୟ ଦତ୍ତଙ୍କୁ ତୁରନ୍ତ ଆମେରିକା ଯିବାକୁ ପଡିବ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking