28.1 C
Bhubaneswar
Friday, March 29, 2024
Homeକରୋନାସେଲ୍ଫ-କ୍ୱାରାଣ୍ଟାଇନ୍‌ରେ ସାଙ୍ଗାକରା

ସେଲ୍ଫ-କ୍ୱାରାଣ୍ଟାଇନ୍‌ରେ ସାଙ୍ଗାକରା

କଲମ୍ବୋ : କରୋନା ଭାଇରସ୍‌ର ପ୍ରକୋପକୁ ନଜରରେ ରଖି ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର୍ ତଥା ଅଧିନାୟକ କୁମାର ସାଙ୍ଗାକରା ସେଲ୍ଫ-କ୍ୱାରାଣ୍ଟାଇନରେ ରହିଛନ୍ତି। ଶ୍ରୀଲଙ୍କା ସରକାରଙ୍କ ଗାଇଡ୍‌ଲାଇନ ମୁତାବକ ନିଜ ଆଡ଼ୁ ସେଲ୍ଫ-କ୍ୱାରାଣ୍ଟାଇନରେ ରହିଥିବା ସାଙ୍ଗାକରା ସୂଚନା ଦେଇଛନ୍ତି। ୟୁରୋପ ମହାଦେଶରେ କରୋନା ଭାଇରସ୍ ଭୟଙ୍କର ରୂପ ଧାରଣ କରିସାରିଥିବାରୁ ଯେଉଁମାନେ ସେହି ଦେଶଗୁଡ଼ିକରୁ ନିକଟରେ ଶ୍ରୀଲଙ୍କା ପ୍ରତ୍ୟାବର୍ତ୍ତନ କରିଛନ୍ତି, ସେମାନେ ସେଲ୍ଫ-କ୍ୱାରାଣ୍ଟାଇନରେ ରହିବାକୁ ଶ୍ରୀଲଙ୍କା ସରକାର ଗାଇଡ୍‌ଲାଇନ ଜାରି କରିଛନ୍ତି। ସାଙ୍ଗାକରା ଗତ ସପ୍ତାହରେ ଇଂଲଣ୍ଡରୁ ସ୍ବଦେଶ ଫେରିଥିଲେ। ‘ଶ୍ରୀଲଙ୍କାରେ ପହଂଚିବା ପରେ ପୋଲିସ ଷ୍ଟେସନରେ ଯାଇ ନାମ ପଞ୍ଜୀକରଣ କରିଥିଲେ। ଏହାପରେ ଜନସ୍ବାସ୍ଥ୍ୟ ନୀରିକ୍ଷକଙ୍କ ପରାମର୍ଶ ମୁତାବକ ନିଜ ପରିବାର ସଦସ୍ୟଙ୍କ ଠାରୁ ଅଲଗା ହୋଇ ସେଲ୍ଫ-କ୍ୱାରାଣ୍ଟାଇନାରେ ରହିଛି’ ବୋଲି ଶ୍ରୀଲଙ୍କାର ଏହି କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ କହିଥିଲେ । ଏଥିସହ କରୋନା ଭାଇରସ୍ ଲାଗି ସଚେତନ ରହିବାକୁ ସେ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ସାବୁନରେ ହାତକୁ ଭଲ ଭାବରେ ଧୋଇ ସାମାଜିକ ଦୂରତ୍ୱ ବଜାୟ ରଖିବା ଲାଗି ସାଙ୍ଗାକରା କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking