37.2 C
Bhubaneswar
Friday, April 19, 2024
Homeଅପରାଧସାଙ୍ଗର ବେକକୁ ବ୍ଲେଡ୍‌ରେ କାଟିଲା ସାଙ୍ଗ

ସାଙ୍ଗର ବେକକୁ ବ୍ଲେଡ୍‌ରେ କାଟିଲା ସାଙ୍ଗ

ଖୋର୍ଦ୍ଧା: ଜଟଣୀରେ ନିଶା ସେବନର କରୁଣ ପରିଣତି ଯୋଗୁ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଯାଇଛି । ଜଣେ ସାଙ୍ଗର ବେକକୁ ଅନ୍ୟ ଜଣେ ସାଙ୍ଗ ବ୍ଲେଡ୍‌ରେ କାଟିବା ପରେ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିଛି ଏବଂ ପରେ ବୁଦାମୂଳକୁ ଫିଙ୍ଗି ଦେଇଛି । ଏହି ହତ୍ୟାକାଣ୍ଡର ଶିକାର ହୋଇଛନ୍ତି ସ୍ଥାନୀୟ ଗଜପତିନଗର ଅଞ୍ଚଳରେ ରହୁଥିବା ଜି. ତ୍ରିନାଥ ରାଓଙ୍କ ପୁଅ ଜି. ଈଶ୍ୱର ରାଓ (୩୮) । ଗତ ରାତିରୁ ଈଶ୍ୱର ଘରକୁ ଫେରି ନଥିବା ନେଇ ବଡ଼ ଭାଇ ଚେଣ୍ଟି ଥାନାରେ ଅଭିଯୋଗ କରିଥିଲେ । ପରେ ତାଙ୍କ ଭାଇକୁ ଜଟଣୀ ପୋଷ୍ଟାଲ କଲୋନିରେ ରହୁଥିବା ରାଜସ୍ଥାନ କାର୍ଡିନ୍ ଗ୍ରାମର ବକ୍ସିସ୍ ସିଂ ମେହେର (୩୫) ହତ୍ୟା କରିଥିବା ସନ୍ଦେହରେ ମଧ୍ୟ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଥାନାଧିକାରୀ ଘଟଣାକୁ ଗୁରୁତ୍ୱର ସହ ନେଇ ବକ୍ସିସ୍ ସିଂଙ୍କୁ ଥାନାକୁ ଆଣି ଜେରା କରିବା ପରେ ସେ ହତ୍ୟାକାଣ୍ଡ ଘଟଣାର ସତ୍ୟ ଉଗାରିଥିଲା ।

ତା’ର ବୟାନ ଅନୁସାରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଥିବାରୁ ପ୍ରତ୍ୟେକ ଦିନ ସମୟ ମିଳିଲା କ୍ଷଣି ମିଲ୍ ପୋଖରୀ ନିକଟରେ ନିରୋଳାରେ ବସି ଉଭୟ ମଦ୍ୟପାନ କରନ୍ତି । ଗତ ରାତିରେ ସାମାନ୍ୟ ଘଟଣାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇ ଗଣ୍ଡଗୋଳର ରୂପ ନେଇଥିଲା । ଏହାପରେ ଉତ୍‌କ୍ଷିପ୍ତ ହୋଇ ବକ୍ସିସ୍ ଏକ ପଥରରେ ଈଶ୍ୱରଙ୍କ ମୁଣ୍ଡକୁ ଛେଚି ପାଖରେ ରଖିଥିବା ବ୍ଲେଡ୍‌ରେ ବେକକୁ କାଟିବା ପରେ ପୋଖରୀ କଡ଼ ବୁଦାମୂଳକୁ ଫୋପାଡ଼ି ଦେଇ ପଳାଇ ଯାଥଥିଲା । ଏ ସମ୍ପର୍କରେ ମୃତକଙ୍କ ପରିବାରକୁ ଫୋନ୍ ଯୋଗେ ଦୁଇ ହଜାର ଟଙ୍କା ମାଗିବା ଓ ନ ଦେଲେ ଈଶ୍ୱରଙ୍କୁ ମାରିଦେବ ବୋଲି କହିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking