ନୂଆଦିଲ୍ଲୀ: ରୁଷ୍-ୟୁକ୍ରେନ୍ ଯୁଦ୍ଧ ସ୍ଥିତି ମଧ୍ୟରେ ଏବେ ଆମେରିକା ରୁଷ୍ ଉପରେ ଆର୍ଥିକ ପ୍ରତିବନ୍ଧ ଲଗାଇଛି । ରୁଷ୍ରୁ ଗ୍ୟାସ୍, ତୈଳ ଓ କୋଇଲା ଆମଦାନୀ ଉପରେ ରୋକ୍ ଲଗାଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ତେବେ ଏହି ଆମଦାନୀକୁ ବାଦ୍ଦେଲେ ୟୁରାନିୟମ୍କୁ ଆମଦାନୀକୁ ସାମିଲ କରିନାହିଁ ଆମେରିକା । ଅର୍ଥାତ୍ ପରମାଣୁ ଶକ୍ତି ପାଇଁ ବ୍ୟବହୃତ ଧାତୁ ୟୁରାନିୟମ୍ ବରାବର ଭାବେ ଆମଦାନୀ ଜାରି ରଖିବ ଆମେରିକା ଏହି ସ୍ଥିତି ମଧ୍ୟରେ ଜୋ ବାଇଡେନ୍ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍ସ୍କିଙ୍କ ସହ ବାର୍ତ୍ତାଳପ କରିବା ସହ ଯୁଦ୍ଧ ପରିସ୍ଥିତି ପଚାରି ବୁଝିଛନ୍ତି । ଏହାସହ ୟୁକ୍ରେନ୍କୁ ସୁରକ୍ଷା ପ୍ରସଙ୍ଗରେ ଏକ ବିଲିୟନ୍ ଡଲାର୍ର ଆର୍ଥିକ ସହଯୋଗ କରିବା ପାଇଁ ଘୋଷଣା କରିଛି ଆମେରିକା ।