27.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶସମୁଦ୍ରଯାନ: ସମୁଦ୍ର ଭିତରର ରହସ୍ୟ ଉନ୍ମୋଚନ ପାଇଁ ଭାରତର ପ୍ରଥମ ମିଶନ୍

ସମୁଦ୍ରଯାନ: ସମୁଦ୍ର ଭିତରର ରହସ୍ୟ ଉନ୍ମୋଚନ ପାଇଁ ଭାରତର ପ୍ରଥମ ମିଶନ୍

ନୂଆଦିଲ୍ଲୀ: ସମୁଦ୍ରର ଅତଳ ଗର୍ଭରେ ଥିବା ରହସ୍ୟ ଉନ୍ମୋଚନ ପାଇଁ ଭାରତ ପ୍ରଥମ ମେଗା ସମୁଦ୍ର ମିଶନ୍ ‘ସମୁଦ୍ରଯାନ’ ଆରମ୍ଭ କରିଛି । ମାନବଯୁକ୍ତ ବୁଡ଼ଜାହାଜ ‘ମତ୍ସ୍ୟ-୬୦୦୦’ ଦ୍ୱାରା ସମୁଦ୍ରର ଗଭୀର ଜଳ ଗର୍ଭରେ ଥିବା ବିଭିନ୍ନ ଅଧ୍ୟୟନ କରିବା ନିମନ୍ତେ ଏକ ବିଶେଷଜ୍ଞ ଟିମ୍ ପଠାଇବା ଏହି ମିଶନ୍‌ର ଉଦ୍ଦେଶ୍ୟ । ସମୁଦ୍ରଯାନ ମିଶନ୍‌ରେ ଏକ ସ୍ୱଚାଳିତ ମାନବଯୁକ୍ତ ଏହି ବୁଡ଼ାଜାହାଜର ପରିକଳ୍ପନା କରାଯାଇଛି । ବୈଜ୍ଞାନିକ ସେନ୍‌ସର ଏବଂ ଉପକରଣର ଏକ ସୁଟ୍ ଥିବା ଏହି ବୁଡ଼ାଜାହାନ ମାଧ୍ୟମରେ ତିନିଜଣ ବ୍ୟକ୍ତିଙ୍କୁ ସମୁଦ୍ରର ୬୦୦୦ ମିଟର ଗଭୀରରେ ଥିବା ରହସ୍ୟର ଅଧ୍ୟନ ପାଇଁ ପଠାଇବାକୁ ଲକ୍ଷ୍ୟ ରଖାଯାଇଛି । ଏହି ବୁଡ଼ାଜାହାଜର ପରିଚାଳନା ସମୟ ୧୨ ଘଣ୍ଟା ନିର୍ଦ୍ଧାରିତ ହୋଇଥିବା ବେଳେ ଏମର୍ଜେନ୍ସି ବେଳେ ୯୬ ଘଣ୍ଟା ପର୍ଯ୍ୟନ୍ତ କାମ କରିବାର କ୍ଷମତା ଏହାର ରହିଛି । ପୃଥିବୀର ୭୦ ପ୍ରତିଶତ ସମୁଦ୍ର ହୋଇଥିବା ବେଳେ ଏହା ଆମ ଜୀବନର ପ୍ରମୁଖ ଅଂଶ । ବର୍ତ୍ତମାନ ସୁଦ୍ଧା ଏହାର ୯୫ ପ୍ରତିଶତ ସମ୍ପର୍କରେ ମାନବ ସମାଜ ପାଖରେ କୌଣସି ସୂଚନା ନାହିଁ । ଭାରତର ତିନିପଟୁ ସମୁଦ୍ର ଘେରି ରହିଥିବା ବେଳେ ଦେଶର ଜନସଂଖ୍ୟାର ୩୦ ପ୍ରତିଶତ ସମୁଦ୍ର ଉପକୂଳରେ ବସବାସ କରିଥାନ୍ତି, ଯେଉଁମାନଙ୍କ ଆଜୀବିକା ମତ୍ସ୍ୟପାଳନ, ଜଳୀୟ କୃଷି ଏବଂ ପର୍ଯ୍ୟଟନ ଉପରେ ନିର୍ଭର କରିଥାଏ । ସେହିପରି ଭାରତର ୭୫୧୭ କିଲୋମିଟର ସମୁଦ୍ର ସୀମା ଥିବାବେଳେ ନଅଟି ରାଜ୍ୟ ଏବଂ ୧୩୮୨ ଦ୍ୱୀପ ସମୁଦ୍ର ତଟରେ ଅବସ୍ଥିତ । ତେଣୁ ଦେଶ ପାଇଁ ସମୁଦ୍ର ଭିତରର ସନ୍ଧାନ ଏକ ଅଦ୍ୱିତୀୟ ସ୍ଥିତି । ଏହି ମିଶନ୍ ପାଇଁ ବ୍ୟବହାର କରାଯିବାକୁ ଥିବା ‘ମତ୍ସ୍ୟ-୬୦୦୦’ର ନିର୍ମାଣ ଇସ୍ରୋ, ଆଇଆଇଟିଏମ୍ ଏବଂ ଡିଆର୍‌ଡିଓ ପରି ବିଭିନ୍ନ ସଂସ୍ଥାର ସହଯୋଗରେ ଶେଷ ହୋଇଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ମତ୍ସ୍ୟ-୬୦୦୦ ବୁଡ଼ାଜାହାଜଟି ଗଭୀର ସମୁଦ୍ରର ସନ୍ଧାନ କରିବାରେ ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟକୁ ବିଶେଷ ଭାବେ ସହାୟତା କରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking